
ପଦ୍ମପୁର-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର କୁଲିଆରୀ, କେନ୍ଦୁମାଲ,ଡଙ୍ଗରମୁଣ୍ଡା, ପରମାନନ୍ଦପୁର ଓ ଜୁବାଖୋଲ ଆଦି ପାଞ୍ଚ ଗୋଟି ଗ୍ରାମକୁ ନେଇ କୁଲିଆରୀ ଗ୍ରାମଠାରେ ଏକ ନୂତନ ପଞ୍ଚାୟତ ଗଠନ କରିବା ପାଇଁ ଆଜି ସମାଜସେବୀ ସୁଶାନ୍ତ ପଣ୍ଡାଙ୍କ ନେତୃତ୍ଵରେ ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଙ୍କୁ କମିଟିର ସଦସ୍ୟ ମାନେ ଏକ ଦାବୀ ପ୍ରଦାନ କରିଛନ୍ତି । ତେବେ ଦୀର୍ଘ ବର୍ଷରୁ ଲୋକେ ଏହି ପଞ୍ଚାୟତ ଗଠନ କରିବା ପାଇଁ ଅନେକ ପ୍ରୟାସ କରି ଆସୁଛନ୍ତି । କାରଣ ଏହି ପାଞ୍ଚ ଗୋଟି ଗ୍ରାମର ଜନସଂଖ୍ୟା ୨୭୦୦ ରୁ ଉର୍ଦ୍ଧ ହୋଇଥିବା ବେଳେ ଜୁବାଖୋଲ,ପରମାନନ୍ଦପୁର, କେନ୍ଦୁମାଲ ଓ ଡଙ୍ଗରମୁଣ୍ଡା ଆଦି ଗ୍ରାମ ଗୁଡ଼ିକ ବଣପାହାଡ ଘେରା ଅଞ୍ଚଳ ସହ ଜୁବାଖୋଲ ଓ ପରମାନନ୍ଦପୁର ଗ୍ରାମରୁ ପ୍ରାୟ ୬କିମି ଦୁରତା ରାସ୍ତାରୁ ଘାଟି,ବଣପାହାଡ ରାସ୍ତା ଦେଇ ହିତାଧିକାରୀ ପିଡିଏସ ଚାଉଳ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି ।

ସବୁଠୁ ବଡ଼ ସମସ୍ୟା ହେଉଛି ଏଠାରେ ନେଟୱର୍କ ନ ଥିବାରୁ ଲୋକେ ଅନେକ ଗୁଡ଼ାଏ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପଞ୍ଚାୟତକୁ ଉନ୍ନତି ନିମନ୍ତେ ଆସୁଥିବା ଅନୁଦାନ ରାଶିରେ ରାସ୍ତାଘାଟ,ପାନୀୟଜଳ ସୁବିଧା ତଥା ବିଭିନ୍ନ କାର୍ଯ୍ୟର ବିକାଶ ହୋଇପାରୁନାହିଁ । ସରକାରଙ୍କ ବିଭୀନ୍ନ ଯୋଜନା ଓ ଗାଁ ଗାଁରେ ବିକାଶ ଏବଂ ଜନସାଧାରଣ ନିଜ ଦୁଖ ଜଣାଇବା ପାଇଁ ପାଖରେ ପଞ୍ଚାୟତ ରହିଲେ ସମସ୍ତ ସୁବିଧା ପାଇବା ନିମନ୍ତେ କୁଲିଆରୀ ଗ୍ରାମ ଠାରେ ନୂତନ ପଞ୍ଚାୟତ ଗଠନ ହେଲେ ଅଞ୍ଚଳବାସୀଙ୍କ ଦୁଃଖ ଦୁର ହେବ ବୋଲି କମିଟିର ସଦସ୍ୟ ମାନେ ଉପଜିଲ୍ଲାପାଳଙ୍କ ସହିତ ଅନେକ ସମୟ ଆଲୋଚନା କରିଥିବା ବେଳେ କମିଟି ତରଫରୁ ସମାରୁ ସାହୁ,ସୁଦାମ ସାହୁ, ଫାଲଗୁନି ଭୋଇ,ସ୍ଵାଧୀନ ବଢେଇ,ସୁଶାନ୍ତ ବାରିକ,ସୁଦାମ ଜ୍ୟୋତିଷ,ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।



