
ବରପାଲି-ବରପାଲି ଶିଦ୍ଧେଶ୍ବର ଶିବମନ୍ଦିର କଲ୍ଯାଣ ମଣ୍ତପ ପରିସରରେ ଡାବର ଲିମିଟେଡ ସହାୟତାରେ ଏକ ସ୍ବାସ୍ଥ୍ୟଶିବିର ଆୟୋଜନ ହୋଇଯାଇଛି। ସ୍ଥାନିୟ ଧନ୍ବନ୍ତରୀ ଆୟୁରବେଦ ପ୍ରତିଷ୍ଠାନଙ୍କ ଆୟୋଜନ ଦ୍ବାରା ଶିବିର ପରିଚାଳିତ ହୋଇଥିଲା। ଏହି ଅବସରରେ ପିଡିତ ମାନଙ୍କୁ ମାଗଣା ଔଷଧ ବିତରଣ ସହିତ କମ୍ପୁଟର ଅସ୍ଥି ପରିକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଶିବିରରେ ଭଟିଗାଁ ମୂଖ୍ଯ ଚିକିତ୍ସକ ଡା.ରବୀନ୍ଦ୍ର ପ୍ରଧାନଙ୍କ ସମେତ ଡା.ଦୁସ୍ମନ୍ତ ମାଝି,ସହକାରୀ ସ୍ବାସ୍ଥ୍ୟକର୍ମୀ ସୁଦାମ ମେହେର,ସରୋଜ ସାହୁ,ଗୋପାବନ୍ଧୁ ପଧାନ ପ୍ରମୁଖ ସେବା କାର୍ଯ୍ଯରେ ସହଯୋଗ କରିଥିଲେ। ଶିବିରରେ ଭିନ୍ନଭିନ୍ନ ରୋଗରେ ପିଡିତ ୬୫ଜଣ ବୟଷ୍କ ମାନଙ୍କ ସହ ପୁରୁଷ ମହିଳା ମାନେ ପହଞ୍ଚି ସ୍ୟାସ୍ଥ୍ୟ ପରିକ୍ଷାର ସୁବିଧା ଉଠାଇଥିଲେ। ଚିକିତ୍ସକ ମାନେ ସେବାକାର୍ଯ୍ଯରେ ପିଡିତ ମାନଙ୍କୁ ଔଷଧ ବିଧି ସହିତ ଖାଦ୍ୟ ପାନିୟ ଏବଂ ଯୋଗ ପ୍ରାଣୟାମ ଉପରେ ପରାମର୍ଶ ମାନ ଦେଇଥିଲେ।



