Saturday, March 7, 2026
Homeଅଘଟଣନିଆଁରେ ଜଳିଗଲା ଦୁଇ ଏକର ଧାନଖରି ।

ନିଆଁରେ ଜଳିଗଲା ଦୁଇ ଏକର ଧାନଖରି ।

ବରପାଲି-ବରପାଲି ବ୍ଳକ ବାନ୍ଦୁମୁଣ୍ତା ଗ୍ରାମରେ ଏକ ଅଭାବନିୟ ଘଟଣା ଘଟି ଦୁଏକଡର ଦୁଇଟି ଅମଳ ଧାନଖରି ନିଆଁରେ ଜଳିଯାଇଛି। ଧାନ ବିକ୍ରିକୁ ନେଇ ବିଭିନ୍ନ ସମୟରେ ସମସ୍ୟା ଉତ୍ପର୍ଣ୍ଣ ହେଉଥିବା ବେଳେ ଚାଷିକୂଳ ଘାଏଲା ସ୍ଥିତିରେ ପହଞ୍ଚି ଦିଗହରା ହେବାକୁ ବସିଲାଣି। ଏହିପରି ଏକ ଘଡିସନ୍ଧି ମୁହୁର୍ତ୍ତରେ କୌଣଷି ଅଜଣା ଦୁର୍ବୁତ୍ତ ଜାଣିଶୁଣି ଏକ ଖୋଲା ସ୍ଥାନରେ ଗଚ୍ଛିତ ରହିଥିବା ଧାନକେଣ୍ତା ଗଦା ଦୁଇଟିରେ ଅଗ୍ନି ସଂଯୋଗ କରି ଫେରାର ହୋଇଯାଇଥିଲା। ବାନ୍ଦୁମୁଣ୍ତା ଗ୍ରାମର ଦୁଇ ଭାଇ ଚତୃଭୁଜ ବୁଡେକ ଓ ସୁବାଷ ବୁଡେକ ନିଜ ଜମିରୁ ଦୁଇ ଏକଡ ଧାନ କାଟି ଖୋଲା ସ୍ଥାନରେ ଶୁଖିବା ପାଇଁ ରଖିଥିଲେ।

ବର୍ତ୍ତମାନ ହାଡଭଙ୍ଗା ଶିତ ରାତିରେ ଧାନ ଜଗିବାକୁ ଅସମର୍ଥ ହେବାରୁ ଶୋଇବାକୁ ଦୁଇଭାଇ ଘରକୁ ଚାଲି ଆସିଥିଲେ। ହେଲେ ରବିବାର ଧାନ ମଡାଇବାକୁ ଶ୍ରମିକ ସହ ପହଞ୍ଚିଲା ବେଳେ ଧାନଗଦା ନିଆଁ ଲାଗି ସମ୍ପୁର୍ଣ୍ଣ ଜଳିଯାଇଥିବା ଜାଣିବାକୁ ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଧାନଗଦାର ସ୍ଥିତିକୁ ଦେଖି ଦୁଇଭାଇ ଅବାକ ହେବା ସହ ଜ୍ଞାନଶୂନ୍ୟ ହୋଇଯାଇଥିଲେ। ପରେ ଖବରପାଇ ଗ୍ରାମ ଲୋକଙ୍କ ଭିଡ ଘଟଣାସ୍ଥଳରେ ଜମିଥିଲା। ବର୍ତ୍ତମାନ ଦୁଇଭାଇ ପ୍ରସାସନିକ ସହାୟତା ଆଶାରେ ଅପେକ୍ଷାରେ ରହିଛନ୍ତି।

error: Content is protected !!