Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା:ଦର୍ଶକଙ୍କ ମନ ଲୋଭିଥିଲା ସମ୍ବଲପୁରୀ ପିନ୍ଧନ ଉଢନ।

ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା:ଦର୍ଶକଙ୍କ ମନ ଲୋଭିଥିଲା ସମ୍ବଲପୁରୀ ପିନ୍ଧନ ଉଢନ।

ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ କ୍ଳବ ତରଫରୁ ଆୟୋଜିତ ହେଉଥିବା ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ କ୍ରିଷ୍ଣା ବିକାଶର ମୁଖ୍ୟ ତଥା ଶିକ୍ଷାବିତ୍ ଡି. ମୂରଲୀ କ୍ରୀଷ୍ଣା ଯୋଗଦାନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନୂଆପାଲି ଆଶ୍ରମର ଅଧ୍ୟକ୍ଷ ଆଚାର୍ଯ୍ୟ ଭଗବାନ ଦେବ, ପଦ୍ମପୁର ଏନ୍.ଏ.ସିର ପୂର୍ବତନ ଅଧ୍ୟକ୍ଷ ଶିରିଶ ବହିଦାର, ଟାଉନ୍ କ୍ଲବର ବରିଷ୍ଠ ସଦସ୍ୟ ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ ପର୍ବର ଶୁଭାରମ୍ଭ କରିଥିଲେ। ସଂଗୀତ ସମିତି ତରଫରୁ ଇଟା ‘ ଆମର ଜନମ ମାଟିରେ ‘ ସଂଗୀତ ଗାଇ ଅତିଥିଙ୍କୁ ସ୍ବାଗତ କରାଯାଇଥିଲା । କଳା ସଂସ୍କୃତିର ଗନ୍ତାଘର କୁହାଯାଉଥିବା ବୋଡାସମ୍ବର ଠାରେ ଏପରି ଏକ ଲୋକ ମହୋତ୍ସବର ମହାପର୍ବ ଆୟୋଜିତ ହେବା ବହୁତ ସୁନ୍ଦର ପ୍ରୟାସ ବୋଲି ଅତିଥି ମାନେ କହିଥିବା ବେଳେ ଆଗକୁ ଏହି ମହୋତ୍ସବ କଳା ଓ କଳାକାର ମାନଙ୍କୁ ସୁଯୋଗ ଦେଉଥାଉ ବୋଲି ଶୁଭେଚ୍ଛା ଦେଇଥିଲେ।

ମହୋତ୍ସବ ଆୟୋଜନ କମିଟି ତଥା ଟାଉନ୍ କ୍ଳବ ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମ୍ପାଦକ କୁନାଲ ପାଣିଗ୍ରାହୀ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମା ସାମଲେଶ୍ଵରୀ ଓ ନୃସିଂହନାଥ ମାର୍ଜାରକେଶରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ତୃତୀୟ ସନ୍ଧ୍ୟାରେ ବୁଢ଼ାସମ୍ବର ଅଂଚଳର ବହୁ ପରିଚିତ ସମ୍ବଲପୁରୀ ଗାୟୀକା ଗୀତାଞ୍ଜଳି ପୋଡ଼ଙ୍କ ହଲଦୀ ଗୀନା ଗୀତରୁ ସାଂସ୍କୃତିକ ପର୍ବ ଶୁଭାରମ୍ଭ ହୋଇଥିଲା। ଝୁମେର ନୃତ୍ୟ ରାଜଗାଙ୍ଗପୁର , ବଲାଙ୍ଗୀର କୋଶଳ ଫୋକ ଏକାଡେମୀ ର ଡାଲଖାଇ, ଗୁଜରାଟର ବ୍ରହ୍ମପୁରୀ ରାସ ଗର୍ବା, ସମେତ ଛୁମକୁଛୁମା କଳା ପରିଷଦ ଡେଡେନ, ପଦ୍ମପୁର ମହିଳା ମହାବିଦ୍ୟାଳୟ ର ଭାଏ ଜିଉତିଆ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ବଲପୁରୀ ନୃତ୍ୟ, ଜିସ୍ଟ କଲେଜର ନୃତ୍ୟ, ସହ ସୁରଶ ସାହୁଙ୍କ ନିର୍ଦ୍ଦେଶନାରେ ଓ ରେନବୋ ଫେସନ ଡିଜାଇନର ଜୁନିଅର ସମ୍ବଲପୁରୀ ଫେସନ ଶୋ ଏବଂ ଟେନେସ ପଣ୍ଡା ଏବଂ ଏ. ଡି. ଭି. ସୋମେଶ ଚନ୍ଦ୍ର ମହାନ୍ତିଙ୍କ ସଂଯୋଜନା ଓ ଆଦ୍ୟାସା ମଞ୍ଜରୀ ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ସିନିୟର ରେମ୍ପ ଶୋ ସମ୍ବଲପୁରୀ ପିନ୍ଧନ ଉଢନ ପ୍ରମୁଖ ଲୋକ ସଂସ୍କୃତି ପରମ୍ପରାର ନିଆରା ପର୍ବ ପିନ୍ଧନ ଉଢନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦ୍ୟ,ନୃତ୍ୟ, ଗୀତ ରେ ଦୁଲକିଥିଲା ଓ ମଞ୍ଚ ଝୁମିଥିଲେ ଦର୍ଶକ।

ଶ୍ରୀ ସଚିଦାନନ୍ଦ ବହିଦାରଙ୍କ କ୍ରୀଡା ସାଧନା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ମାନପତ୍ର ଓ ଉପଢ଼ୋକନ ସହ ସମ୍ମାନିତ କରାଯାଇଥିଲା, ସେହିପରି ସମ୍ବଲପୁରୀ ଗୀତଗାଇ ଲୋକ ଲୋଚନକୁ ଆସିଥିବା ବୁଢ଼ାସମ୍ବର ମାଟିର ଗୈରବ ଗୀତାଞ୍ଜଳି ପୋଡ଼ଙ୍କୁ ସମ୍ମାନିତ କରାଯାଇଥିଲା। ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ ଏହି ପଞ୍ଚମ ଲୋକ ମହୋତ୍ସବ ପର୍ବରେ ଯୋଡି ହୋଇଥିବାରୁ ଟାଉନ୍ କ୍ଳବର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଆସନ୍ତା ଚତୁର୍ଥ ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ। ଏହି ମହୋତ୍ସବ ରେ ଟାଉନ୍ କ୍ଲବ ସଭାପତି ତଥା ମହୋତ୍ସବ କମିଟି ର ସଭାପତି ପ୍ରିତେଶ କୁମାର ବହିଦାର ଆବାହକ ଅଶୋକ କୁମାର ମିଶ୍ର, ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ,ସୁବାଷ ପାତ୍ର,ସରୋଜ ମିଶ୍ର,ନରୋତମ ପ୍ରଧାନ,ହରି ସିଂ,କେଶବ ରଞ୍ଜନ ପ୍ରଧାନ,ଅଶୋକ ବହିଦାର,ନିରୋଜ ଦୋରା,ସୁରେନ୍ଦ୍ର ସାହୁ,ରମେଶ ଗୁର୍ଲ୍ଲା,ବିକାଶ ବହିଦାର,ସୁନୀଲ ଅଗ୍ରୱାଲ,ପ୍ରମୋଦ ମେହେର,ପ୍ରତାପ ନାଥ,ଆଦିତ୍ୟ ରଥ,ଜ୍ୟୋସ୍ନାରାଣୀ କର,ରଞ୍ଜୁ ସେଠ,ନାରାୟଣ ପୁରୋହିତ,ରାଜେଶ ଗୁର୍ଲ୍ଲା,ନିରୋଜ ସିହ୍ନା,

ଅଖିଳ ପଟ୍ଟନାୟକ,ଦିନେଶ ବାରିକ,ସୁରଜ ସୁନା,ସୁରେଶ ସାହୁ,ଅମିତ ଗର୍ଗ,ଏ. ଡି. ଭି. ସୋମେଶ ଚନ୍ଦ୍ର ମହାନ୍ତି,ନିଖିଳ ପଟନାୟକ,ନରେଶ ବାରିକ,ଟେନେସ ପଣ୍ଡା,ଯୁଗଳ ସାହୁ,ଚିନ୍ମୟ ସାମଲ,ଅନିଲ ଗୁର୍ଲ୍ଲା,ରାହୁଲ ବହିଦାର,ଵାରୀଶ ରାଜା,ଲକ୍ଷ୍ମୀକାନ୍ତ ବରିହା,ରୋହିତ ସେଠ,ରାହୁଲ ତାଣ୍ଡି,ସୁରେନ୍ଦ୍ର ଲୁହାର,ଉଦ୍ଧବ ଡୁଙ୍ଗରି,ରୁଦ୍ରନାରାୟଣ ସାହୁ,ଶଙ୍କର ରାଉଥ,ବିନୀତ ପାତ୍ର,ଆଦେଶ ସାହୁ,ଓଁମ ସାହୁ,ଆୟୁଷ ଯୋଶୀ,ଡମ୍ୱରୁ ଭୋଇ,ବିରେନ ପ୍ରଧାନ,ପ୍ରେମାନନ୍ଦ ବରିହା , ମନୋଜ ପ୍ରମୁଖ ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ମନିଷ ରଥ, ପ୍ରାପ୍ତି ପାଣିଗ୍ରାହୀ,ଆଦ୍ୟା ବନଛୋର, ଶୋନାଲିକା ବନଛୋର ମଞ୍ଚ ଉଦଘୋଷକ ଦାୟିତ୍ୱ ତୁଲାଇ ଥିବା ବେଳେ ପଦ୍ମପୁର ସଙ୍ଗୀତ ସମିତିର କଳାକାର ମାନଙ୍କ ଦ୍ୱାରା ରମେଶ ଗୁର୍ଲ୍ଲା, ରାଜେଶ ଗୁର୍ଲ୍ଲାଙ୍କ ସଂଯୋଜନାରେ ସଙ୍ଗୀତ ସମିତିର କଳାକାର ମାନଙ୍କ ଦ୍ୱାରା ବାଦ୍ୟ ସଂଚାଳନ ହୋଇଥିଲା। ନାଟ୍ୟକାର ଅଶୋକ ବହିଦାର, କେଶ ରଞ୍ଜନ ପ୍ରଧାନ ମିଟିଂ ମଞ୍ଚ ପରିଚାଳନା କରିଥିଲେ।

error: Content is protected !!