
ପଦ୍ମପୁର-ନବପ୍ରଭାତ ବିଦ୍ୟାୟତନ ଠାରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷାଗତ ମେଲା ଅନୁଷ୍ଠିତ ହୋଇଥିଲା l ଏହି ଶିକ୍ଷା ମୂଳକ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ନବପ୍ରଭାତର ତିନୋଟି ଶାଖା ଯଥା -ନବପ୍ରଭାତ ବିଦ୍ୟାୟତନ, ନବପ୍ରଭାତ ଗୁରୁକୁଳ, ସ୍ୱର୍ଯ୍ୟୋତି କନ୍ୟା ଗୁରୁକୁଳର ଛାତ୍ରଛାତ୍ରୀ ମାନେ ୧୭୮ ଗୋଟି ପ୍ରକଳ୍ପ ସହ ଅଂଶଗ୍ରହଣ କରି ଶିକ୍ଷା କ୍ଷେତ୍ରରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଭାବେ ଘେଁସ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ହରେକୃଷ୍ଣ ସାହୁ ,ଜମଳା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ, ପୂର୍ବତନ ଏବିଇଓ ଶିବପ୍ରସାଦ ଯୋଶୀ, ଇଚ୍ଛାପାଳି ବିଦ୍ୟାଳୟର ପ୍ରଧାନଶିକ୍ଷକ ଲାବଣ୍ୟ କୁମାର ପଧାନ , ଝିଟିକି ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁନିକେଲର ଅବସରପ୍ରାପ୍ତ ଶିକ୍ଷକ ବଳରାମ ସାହୁ ଏବଂ ଘେଁସ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ରିଙ୍କୁ ହାତୀ ତାଙ୍କର କାର୍ଯ୍ୟ ସମ୍ପାଦନ କରିଥିଲେ l ମୁଖ୍ୟ ଅତିଥି ଭାବେ ଦୟାନନ୍ଦ ଶର୍ମା, ଦକ୍ଷିଣ ଆଫ୍ରିକା ନିଜର ସମ୍ଭାଷଣ ଦ୍ୱାରା ବିଦ୍ୟାର୍ଥୀ ମାନଙ୍କ ଦକ୍ଷତାର ପ୍ରଶଂସା କରି ଶିକ୍ଷା କ୍ଷେତ୍ରରେ ଆଗେଇ ଯିବା ପାଇଁ ପଥ ପ୍ରଦର୍ଶନ କରିଥିଲେ l

ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ ନବପ୍ରଭାତ ବିଦ୍ୟାୟତନର ମାର୍ଗଦର୍ଶକ ଶ୍ରୀଯୁକ୍ତ ତେଜରାଜ ସାହୁ , ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ମହୀପାଳ ସ୍ୱାଇଁ,ଡ଼. ସୁବାଷ ନାୟକ, ପ୍ରେମାନନ୍ଦ ବାରିକ,ନବପ୍ରଭାତ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଭାପତି ଆଚାର୍ଯ୍ୟ ଭଗବାନ ଦେବ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମର ‘କ ‘ବିଭାଗ ର ବିଜେତା ତନବି ମିଶ୍ର, ଅଙ୍କିତ ମେହେର ଏବଂ ଆରୋହୀ ମେହେର , ‘ଖ’ ବିଭାଗ ର ପୂଜନ ପ୍ରଭା ଦଳେଇ, ଆରୀୟନ ସାହୁ , ଏବଂ ଅନିକେତ ବେହେରା ‘ଗ ‘ ବିଭାଗ ର ବିଜେତା ଶ୍ରେୟା ବିଶ୍ୱାଳ , ଗୀତିକା ଭୁଏ, ପୂଜା ବିଶ୍ୱାଳ, ଆଂଚଳ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ଜସ୍ମିନ ପଧାନ, ରିୟା ମେହେର , ପ୍ରିତମ ପୋଡ଼ର,’ଘ ‘ ବିଭାଗ ର ବିଜେତା ଶ୍ରୀମୟୀ ନାୟକ, ସିମରନ କର୍ମୀ, ବେଦାଂଶୀ ଶତପଥି, ଦେବାଂଶ ଯୋଶୀ, ରାହୁଲ ସ୍ୱାଇଁ ଏବଂ କ୍ଷୀରସିନ୍ଧୁ ନାଗ ହୋଇଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ସୁଧାରାଣୀ ଦୋରା ଏବଂ ସ୍ମୃତିଶିଖା ପ୍ରଧାନ ମଞ୍ଚ ସଂଚାଳନ କରିଥିଲେ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ର କର୍ମୀମାନେ କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରିଥିଲେ l ଶ୍ରୀ ନିରଞ୍ଜନ ମହାପାତ୍ର, ଶ୍ରୀଯୁକ୍ତ ରବିଶଙ୍କର ପଧାନ ଏବଂ ଶ୍ରୀ ଦେବାଶିଷ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ lପରିଶେଷରେ ଶ୍ରୀ ଦେବାଶିଷ ନାୟକଙ୍କ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା l



