
ବରପାଲି-ବରପାଲି ମାରୱାଡି ଯୁବାମଞ୍ଚ ତତ୍ବାଧାନରେ ପଞ୍ଚଦିବସିୟ ନେଚୁରାଲ ଥେରାପି ସ୍ବାସ୍ଥ୍ୟରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ବୁଧବାର ପୁର୍ବାହ୍ନ ସମୟରେ ସ୍ଥାନିୟ ଅଗ୍ରେସନ ଭବନ ପରିସରରେ ଶିବିର ଆୟୋଜିତ ହୋଇଥିଲା।ବରପାଲି ଶାଖା ଯୁବାମଞ୍ଚ ସଭାପତି ମନୀଷ ଅଗ୍ରୱାଲଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ମୂଖ୍ଯଅତିଥି ଭାବରେ ରାମକୃଷ୍ଣ ଘରୋଇ ଡାକ୍ତରଖାନା ମୂଖ୍ୟ ଡା.ସୁବାଷ ଦାଶ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ।

ମୂଖ୍ଯବକ୍ତା ଭାବେ ଡା.ଦେବ ରାଠୋର ରାଜସ୍ଥାନ ଯୋଗ ଦେଇ ସ୍ବାସ୍ଥ୍ୟ ସୂରକ୍ଷାରେ ଥେରାପିର ଆବଶ୍ୟକତା ଏବଂ ଆଶୁ ଚିକିତ୍ସା ସେବାରେ କାର୍ଯ୍ଯକାରିତା ସମ୍ବନ୍ଧିତ ବିଷୟ ଉପରେ ବହୁ ତତ୍ବପୂର୍ଣ୍ଣ ଜ୍ଞାନ ଓ ମୁଦ୍ରା ବ୍ୟବହାରକୁ ନେଇ ବିଶ୍ଳେଷଣ କରିଥିଲେ। ଉପ-ସଭାପତି ସାହିଲ ଅଗ୍ରୱାଲ ସ୍ବାଗତ ଜଣାଇଥିବା ବେଳେ ପରାମର୍ଶଦାତା କିଶାନ ଅଗ୍ରୱାଲା ପରିଚୟ ପ୍ରଦାନ କରିଥିଲେ।

ସଂପାଦକ ମୁକେଶ ଅଗ୍ରୱାଲ ବିବରଣି ଉପସ୍ଥାପନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଆଲୋକ ଅଗ୍ରୱାଲ ଧନ୍ଯବାଦ ଅର୍ପଣ କରିଥିଲେ। ଶିବିର ପରିଚାଳନାରେ ଯୁବାମଞ୍ଚରକ୍ୟାସିଅର୍ ପ୍ରାଂଶୁ ଚିରାନିଆ,ସହ କ୍ୟାସିଅର୍ ଆୟୁଷ ଚିରାନିଆ,ଶିବୁ ଅଗ୍ରୱାଲ,ପ୍ରିନ୍ସ ଅଗ୍ରୱାଲ,ଅଙ୍କିତ ଚିରାନିଆ,ପରାମର୍ଶଦାତା କିଶନ ଅଗ୍ରୱାଲ,ଅନୀଲ ଅଗ୍ରୱାଲ,ବଣ୍ଟି ଚିରାନିଆ, ଅମିତ ଅଗ୍ରୱାଲ ପ୍ରମୁଖଙ୍କ ସହ ଯୁବା ସାମାଜିକ କର୍ମି ମାନେ ସହଯୋଗ କରିଥିଲେ।



