Saturday, March 7, 2026
Homeରାଜ୍ୟବରପାଲିରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।

ବରପାଲିରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।

ବରପାଲି-ବରପାଲି ସରସ୍ଵତୀ ସଂଘ ଓ ସରସ୍ଵତୀ ଭୌତିକ ଚିକିତ୍ସା କେନ୍ଦ୍ର ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି | ସରସ୍ଵତୀ ସଂଘ ସମ୍ପାଦିକା ସୁନିତା ମୁଣ୍ଡଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଂଘ ଉପ ସଭାପତି ପ୍ରତିଭା ବାରିକ ଯୋଗ ଦେଇ ଦିବ୍ଯାଙ୍ଗ ଭାଇଭଉଣି ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ କରାଗଲେ ଭିନ୍ନକ୍ଷମ ମାନଙ୍କ ଭବିଷ୍ୟତ ଉଜ୍ଜ୍ବଳତମ ହୋଇପାରନ୍ତା ବୋଲି ମତବ୍ୟକ୍ତ କରିଥିଲେ ।

ପରେ ପିଲା ମାନଙ୍କୁ ନେଇ ଚିତ୍ରାଙ୍କନ, ସଫ୍ଟବଲ ଫିଙ୍ଗା ଏବଂ ୧୦୦ମି. ଦୌଡ ପ୍ରତିଯୋଗିତା ମାନ କରାଯାଇଥିଲା | ପ୍ରତିଯୋଗିତାରେ କୃତୀ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସଂଘ ସଦସ୍ୟା ଅଞ୍ଜଳି ପଧାନ ପୁରସ୍କାର ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ ଓ ପ୍ରତାପ ଚନ୍ଦ୍ର ବିଶ୍ଵାଳ, ଭୌତିକ ଚିକିତ୍ସକ ଡ. ସସୀମ ପଧାନ ସହଯୋଗ କରିଥିଲେ | ଶିକ୍ଷୟିତ୍ରୀ ବିବେଶିଖା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

error: Content is protected !!