Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକଳସ ଶୋଭାଯାତ୍ରା ସହ ସର୍ବ ପୁରାତନ ଲକ୍ଷ୍ମୀପୂଜା ଆରମ୍ଭ।

କଳସ ଶୋଭାଯାତ୍ରା ସହ ସର୍ବ ପୁରାତନ ଲକ୍ଷ୍ମୀପୂଜା ଆରମ୍ଭ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ବରତୁଣ୍ଡା ଗାଁ ଠାରେ ୬୨ ତମ ସାର୍ବଜନୀନ ମାଁ ମହାଲକ୍ଷ୍ମୀ ପୂଜାରମ୍ଭ ହୋଇଛି। ମାଁ ଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସର୍ବ ପୁରାତନ ଲକ୍ଷ୍ମୀ ପୂଜା ଦୀର୍ଘ ୬୨ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ଶହ ଶହ ସଂଖ୍ୟାରେ ଗ୍ରାମର ମହିଳାଙ୍କ ଦ୍ଵାରା ଅଙ୍ଗନଦୀ ଘାଟରୁ କଳସ ଆଣି ସ୍ଥାପନ କରା ଯାଇଥିଲା। ଏହି ଲକ୍ଷ୍ମୀ ପୂଜା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ବିଭିନ୍ନ ସଂକୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁରୋହିତ୍ୟରେ ପୂଜାକର୍ତ୍ତା ଭାବେ ମୁକ୍ତେଶ୍ଵର ବାଗ ଓ ତାଙ୍କ ଧର୍ମପତ୍ନୀ ଗୋଲାପି ବାଗ ଦାୟିତ୍ଵ ସମ୍ପାଦନା କରୁଛନ୍ତି।

ଶାନ୍ତି ଶୃଙ୍ଖଳା ସହ ଭକ୍ତ ମାନେ କିପରି ଦର୍ଶନ କରିପାରିବେ ବ୍ୟବସ୍ଥା କରା ଯାଇଥିବା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସହଯୋଗ କାମନା କରାଯାଇଛି। ଗ୍ରାମର ବରିଷ୍ଠ ବ୍ୟକ୍ତି ସର୍ବଶ୍ରୀ ବୈଲୋଚନ ଗିର୍ଣ୍ଣା,ଶରତ କୁମାର ମହାନ୍ତି,ମୀନକେତନ ଗୀର୍ଣ୍ଣା,ରାମପ୍ରସାଦ ବାଗ,ଦୁର୍ଲ୍ଲଭ ପ୍ରଧାନ,ସୁଧୀର ପଟ୍ଟନାୟକ,ବିଭୀଷଣ ଦିୱାନ,ବିଭୂତି ପଟ୍ଟନାୟକ,ହରିବୋଲ ବାଗ,ଶୁକଦେବ ମାଝୀ,କୃପାସିନ୍ଧୁ ବାଗ,ଗୁରୁବାରୁ ପଟ୍ଟନାୟକ,ରିଜିବି ମହମ୍ମଦ,ଗୁଳାପ ବିନାଟ,ଉଛବ ପଟ୍ଟନାୟକ,ସାବୁତ ମହମ୍ମଦ,ତ୍ରିନାଥ ବିନାଟ,ଅନ୍ତ ନେତାମ, ଇଶ୍ଵର ବାଗ,ଅରମାନ ଖାଁ,କୈଳାସ ସାହୁ, ଦେବାର୍ଚ୍ଚନ ରାଉତ,କୃପାସିନ୍ଧୁ ବାଗ, ଅଲେଖ ସାହୁ ପ୍ରମୁଖ ଗ୍ରାମବାସୀ ସମେତ ଯୁବକ ମାନେ ମାଁ ଲକ୍ଷ୍ମୀ ପୂଜା ମହୋତ୍ସବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।

error: Content is protected !!