
ପଦ୍ମପୁର– ଅଞ୍ଚଳ ମହାବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ଶ୍ରେଣୀର ମିଳିତ ଆନୁକୂଲ୍ୟରେ ‘ଓଡ଼ିଆ ଲୀଳା ନାଟକ : ଏକ ଅଧ୍ୟୟନ’ ଶୀର୍ଷକ ବାର୍ଷିକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ବର ଦାଶ ସଭାପତିତ୍ୱ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଭାଗ ମୁଖ୍ୟ ଡ. ସରୋଜ କୁମାର ନାଏକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଅଧ୍ୟାପିକା ରୀନା ଧର୍ମବିନାୟକ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ପାଠଚକ୍ରର ମୁଖ୍ୟ ଆକର୍ଷଣ ଭାବେ ପଞ୍ଚମ ପର୍ଯ୍ୟାୟର ଛାତ୍ର କିରଣ କୁମାର ବାଗ ତାଙ୍କର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ ।ଏହି ଅଧ୍ୟୟନ ଉପରେ ଗାଇସିଲାଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଏବଂ ମାଣ୍ଡୋସିଲ୍ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଓଡ଼ିଆ ଲୀଳା ନାଟକର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଅଧ୍ୟାପକ ନିର୍ମଳ କୁମ୍ଭାର ଓ ଅଧ୍ୟାପିକା ସୁରେଶ୍ବରୀ ପାଣ୍ଡେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରାଧ୍ୟାପିକା ପୂର୍ଣ୍ଣିମା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।ସଭା ଶେଷରେ ବୈଷ୍ଣବ ପାଣିଙ୍କ ରଚିତ ଏବଂ ଡ. ସରୋଜ କୁମାର ନାଏକଙ୍କ ନିର୍ଦ୍ଦେଶିତ ‘ପ୍ରହଲ୍ଲାଦ ଚରିତ’ ତଥା ‘ନୃସିଂହଲୀଳା’ ନାମକ ଏକ ଲୀଳା ନାଟକ ଜୟନ୍ତୀ ଯୁବକ ସଂଘ ,ବବେବିରାଙ୍କ ଦ୍ୱାରା ମହାବିଦ୍ୟାଳୟସ୍ଥ ଡ୍ରାମା ମଞ୍ଚରେ ସଫଳତାର ସହ ମଞ୍ଚସ୍ଥ ହୋଇଥିଲା । ଅଧ୍ୟାପିକା ସୁରେଶ୍ବରୀ ପାଣ୍ଡେ ମାନପତ୍ର ପାଠ କରିଥିଲେ । ଶତାଧିକ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହି ମନୋରମ ନାଟକକୁ ଉପଭୋଗ କରିଥିଲେ । ଏହି ସଫଳ କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ର ଚିନ୍ତାମଣି ସାହା, ଲିପୁନ ସାହୁ, ମହେଶ ବରିହା, ନିର୍ମଳ ଧରୁଆ, ଗୀତାଞ୍ଜଳି ସାହୁ, ସାଗରୀକା ଯୋଷୀ ଓ ସସ୍ମିତା ସେଠ ପ୍ରମୁଖ ସହଯୋଗ କରିଥିଲେ ।



