Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ଲୋକ ମହୋତ୍ସବ ପାଳନ କମିଟି ତରଫରୁ ପାଇକମାଳ ବ୍ଲକ୍ ଲୋକ ମହୋତ୍ସବ ଆୟୋଜନ

ପଦ୍ମପୁର ଲୋକ ମହୋତ୍ସବ ପାଳନ କମିଟି ତରଫରୁ ପାଇକମାଳ ବ୍ଲକ୍ ଲୋକ ମହୋତ୍ସବ ଆୟୋଜନ

ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ଦ୍ବାରା ଆହୋଜିତ ହେଉଥିବା ପଦ୍ମପୁର ଲୋକ ମହୋତ୍ସବ ଆନୁକୁଲ୍ୟରେ ପାଇକମାଳ ଠାରେ ବ୍ଲକ ସ୍ତରୀୟ ପାଇକମାଳ ଲୋକ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ବୋଡା ସମ୍ବର ଅଞ୍ଚଳ ର କଳା ଓ କଳାକାର ଙ୍କୁ ନେଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ଉଦ୍ଦେଶ୍ୟ ନେଇ ପଦ୍ମପୁର ଲୋକ ମହୋତ୍ସବ ଦ୍ବାରା କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସିତ ହୋଇଛି। ପାଇକମାଳ ଗ୍ରାମାଞ୍ଚଳ ର ସମସ୍ତ କଳାକାର ମାନଙ୍କୁ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଶିଷ୍ଟ କଳାକାର ଙ୍କ ସମେତ ଲୁପ୍ତପ୍ରାୟ କଳାକାର ମାନଙ୍କୁ ଉତଜିବିତ କରି ରଖିବା ପାଇଁ ପ୍ରୟାସ ରେ ବିଭିନ୍ନ କଳା ପ୍ରଦର୍ଶନ କରୁଥିବା ୩୪ ଗୋଟି ସାଂସ୍କୃତିକ ଦଳର ୨୭୬ ଜଣ ବରିଷ୍ଠ ଓ କନିଷ୍ଠ ମହିଳା ଓ ପୁରୁଷ କଳାକାର ଅଭିନୟ ପ୍ରଦାନ କରି ଯୋଗଦାନ ଦେଇଥିଲେ।

ଏହି ଅବସରରେ ବିଭିନ୍ନ କଳା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କଳାକାରଗଣ ଙ୍କୁ ମହୋତ୍ସବ ପାଳନ ତରଫରୁ ମାନପତ୍ର ପ୍ରଦାନ କରିଥିଲେ। ପାଇକମାଳ ଦୂର୍ଗା ମନ୍ଦିର ସମ୍ମୁଖରେ ସମସ୍ତ କଳାକାର ଓ ମହୋତ୍ସବ ପାଳନ କମିଟି ର ସଦସ୍ୟ,ପଦ୍ମପୁର ଟାଉନ୍ କ୍ଲବ ସଭାପତି ପ୍ରିତେଶ ବହିଦାର,ପଦ୍ମପୁର ଲୋକ ମହୋତ୍ସବ ପାଳନ କମିଟିର ଆବାହକ ଅଶୋକ କୁମାର ମିଶ୍ର,ଉପସଭାପତି ନରେଶ ସୁନ୍ଦର ସାହୁ ଯୋଗଦାନ ଦେଇ ପୂଜାର୍ଚ୍ଚନା କରିବା ପରେ ଶୋଭାଯାତ୍ରା ରେ ବାହାରି ମହୋତ୍ସବ ପାଳନ ସ୍ଥାନ ରେ ପହଞ୍ଚି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

ଏହି ମହୋତ୍ସବରେ ଅତିଥି ଭାବରେ ପଦ୍ମପୁର ବୁଢ଼ାସମ୍ବର ଜମିଦାର ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ସମେତ ପାଇକମାଳର ବିଶିଷ୍ଟ କଳାକାର ଚିତ୍ତରଞ୍ଜନ ସରାଫ,ପ୍ରେମ ସାଗର ଫୈଜଦାର, ତ୍ରିଲୋଚନ ମେହେର, ସରୋଜ ସାମଲ, ଗୋବର୍ଦ୍ଧନ ଅଗ୍ରୱାଲ,ଲମ୍ବୋଦର ପଣ୍ଡା,କୈଳାଶ ଦିଶି,ସୁଶାନ୍ତ ନାଗ,ଯୋଗେନ୍ଦ୍ର ଭୋଇ,ରୋଶନ ପାଣିଗ୍ରାହୀ, ବିକି ଅଗ୍ରୱାଲ ,ନାଟ୍ୟକାର କେଶ ରଞ୍ଜନ ପ୍ରଧାନ,ରମେଶ ଗୁର୍ଲା, ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ନାଟ୍ୟକାର ଅଶୋକ ବହିଦାର ଓ ଲଲିତ ଜଗତ ଅତିଥି ସହ ମଞ୍ଚ ପରିଚାଳନା କରିଥିଲେ। ବିଶିଷ୍ଟ କଳାକାର ଲଲିତ ଜଗତ ଅପରାହ୍ନରେ ସମସ୍ତେ କଳାକାର ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

error: Content is protected !!