Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପରିବେଶ ସମ୍ବନ୍ଧୀୟ ବିଜ୍ଞାନ ପ୍ରଦର୍ଶନୀ...

ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପରିବେଶ ସମ୍ବନ୍ଧୀୟ ବିଜ୍ଞାନ ପ୍ରଦର୍ଶନୀ ।

ପଦ୍ମପୁର– ପି.ଏମ୍.ଶ୍ରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ,ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପରିବେଶ ସମ୍ବନ୍ଧୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ସଭାରେ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରାଲମ୍ବ ପ୍ରସାଦ ପଟେଲ, ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପହଣ୍ଡି ବିଜୟ ମେହେର ଓ ଏ.ବି.ଇ.ଓ ଜୟ କୁମାର ସାହୁ ମଞ୍ଚାସୀନ ଥିଲେ।

ସର୍ବ ପ୍ରଥମେ ଶ୍ରୀ ଗଣେଶ ଓ ମା ସିଦ୍ଧିଦାତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଆୟୋଜକ ସ୍କୁଲର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟଅତିଥିଙ୍କ ଦ୍ଵାରା ପ୍ରଦର୍ଶନୀ କକ୍ଷକୁ ଉଦ୍ଘାଟିତ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରୁ ୧୯୭ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଦ୍ଵିତୀୟାର୍ଦ୍ଧରେ ପ୍ରୀତି ରଶ୍ମି ସେଠ୍ ଓ ମନୀଷା ଭୋଇଙ୍କ ଦ୍ଵାରା ବିଜ୍ଞାନ କୁଇଜ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ଡ଼କ୍ଟର ଜୟକୃଷ୍ଣ ପଟେଲ ମୁଖ୍ୟଅତିଥି ଏବଂ ବରିଷ୍ଠ ବିଜ୍ଞାନ ଶିକ୍ଷକ ଦିଲ୍ଲୀପ କୁମାର ଧଳ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନୂତନ ବିଶ୍ଵର ଆହ୍ବାନ ସମ୍ୱନ୍ଧରେ ଏକ ଚିତ୍ତାକର୍ଷକ ଅଭିଭାଷଣ ରଖିଥିଲେ।

କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆୟୋଜକ ବିଦ୍ୟାଳୟର ଛାତ୍ରୀମାନେ ଏକ ବିଜ୍ଞାନ ଭିତ୍ତିକ ନୃତ୍ୟ ପରିବେଷଣ କରିଥିଲେ।ରାଜେଶ ଖମାରୀ ଓ ମାନସ ରଞ୍ଜନ ଶତପଥୀ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରିଶେଷରେ ପ୍ରେମାନନ୍ଦ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ବ୍ଲକର ସମସ୍ତ ସି.ଆର.ସି.ସି, ସମସ୍ତ ପ୍ରଧାନଶିକ୍ଷକ, ବିଜ୍ଞାନଶିକ୍ଷକ ଓ ବିଭିନ୍ନ ଦାୟିତ୍ଵ ନେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ, ସମସ୍ତ ଶିକ୍ଷା କର୍ମଚାରୀ ମାନଙ୍କ ସକ୍ରିୟ ସହଯୋଗ ଫଳରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

error: Content is protected !!