Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବାଗବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବ ପାଇଁ ଓଡ଼ିଶା ମହାମହିମ ରାଜ୍ୟପାଳ...

ବାଗବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବ ପାଇଁ ଓଡ଼ିଶା ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ।

ବରଗଡ-ବରଗଡ ଜିଲ୍ଲା ବାଗବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବ ପାଳନ ପାଇଁ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବ୍ଯାପକ ପ୍ରସ୍ତୁତ କରା ଯାଉଥିବା ଜଣାଯାଇଛି । ଆସନ୍ତା ଡିସେମ୍ବର ୧୨ ତାରିଖ ରୁ ୧୫ ତାରିଖ ୪ ଦିନ ବ୍ଯାପୀ ବିଦ୍ୟାଳୟ ଶତ ବାର୍ଷିକ ଉତ୍ସବ ପାଳନ କମିଟିର ସଭାପତି ଶ୍ରୀ ପ୍ରମୋଦ କୁମାର ସାହୁ,ଉପ ସଭାପତି ଶ୍ରୀ ପାଣ୍ଡବ ସାହୁ,ସଂପାଦକ ଶ୍ରୀ ଉଦୟ ଶଙ୍କର ନାୟକଙ୍କ ସମେତ କମିଟି ସଦସ୍ଯ ସର୍ବଶ୍ରୀ ଟେକରାଜ ମେହେର,ଗୋବିନ୍ଦ ସାହୁ,ଗୋକୁଳ ବୁଡେକ,ବ୍ରଜ କିଶୋର ମେହେର,ମୁକେଶ ବେହେରା,ରଜତ ବେହେରା,ଅମ୍ବଲ୍ଯ କୁମାର ଦାସ,ଶିବ ସେଠ,ଅକ୍ଷୟ ମେହେର ସମସ୍ତେ ଭୁବନେଶ୍ବର କୁ ଯାଇ ରାଜ ଭବନରେ ମହାମହିମ ରାଜ୍ୟପାଳ ଓ ଲୋକ ସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି ।

ଏତଦବ୍ୟତୀତ ଲୋକ ସେବା ଭବନରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂ ଦେଓ,ରାଜସ୍ବ ଓ ବିପର୍ଯ୍ଯ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ,ସ୍କୁଲ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ଯାନନ୍ଦ ଗଣ୍ତ,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ,ରାଜ୍ଯ ମୁଖ୍ଯ ଶାସନ ସଚିବ, ସ୍କୁଲ ଓ ଗଣ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଙ୍କୁ ମଧ୍ଯ କମିଟିର ସଦସ୍ଯ ମାନେ ସାକ୍ଷାତ କରି ଗାଁ ସ୍କୁଲର ଶତ ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ବାଗବାଡି ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଶତ ବାର୍ଷିକ କମିଟିର ସଦସ୍ଯ ମାନଙ୍କ ସହ ବରଗଡ ଲୋକସଭା ସଦସ୍ଯ ଶ୍ରୀ ପ୍ରଦୀପ ପୁରୋହିତ ମଧ୍ଯ ସାମିଲ ଥିଲେ ।ଏହି ବିଦ୍ୟାଳୟର ଶହେ ବର୍ଷ ଉତ୍ସବ ପାଇଁ ଗ୍ରାମବାସୀ ମାନେ ବ୍ଯାପକ ଭାବେ ପ୍ରସ୍ତୁତି ଚଲାଇଛନ୍ତି ।

error: Content is protected !!