Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ର ୩୩ତମ ବାର୍ଷିକ ଉତ୍ସବ।

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ର ୩୩ତମ ବାର୍ଷିକ ଉତ୍ସବ।

ପାଇକମାଳ-ପଦ୍ମପୁର ଉପଖଣ୍ଡ ପାଇକମାଳ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ଦ୍ବାରା ୧୯୯୩ ମସିହାରେ ପ୍ରଭୁ ନୃସିଂହ ଠାକୁରଙ୍କୁ ପାଇଥିବା ଯମୁନା କନ୍ଧୁଣିି ନାମରେ ପ୍ରତିଷ୍ଠା ହୋଇଥିବା ଯମୁନା କନ୍ଧୁନୀ ବାଳିକା ଉଚ୍ଚ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ସ୍କୁଲ ପରିଚାଳନା କମିଟି ସଭାପତି ନିରୁପମା ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ମେଜର ଚିତ୍ତରଞ୍ଜନ ଦାସ,ସମ୍ମାନିତ ଅତିଥି ଭାବରେ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ,ଜିଲ୍ଲା ଶିକ୍ଷା ଅଧିକାରୀ ଯୌତିକାନ୍ତ ସାହୁ,ବ୍ଲକ ଶିକ୍ଷା ଅଧିକାରୀ ଅଦନ ସୁନା, ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୋଷତ୍ତମ ପ୍ରଧାନ ପ୍ରମୁଖ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଛାତ୍ରୀ ମାନଙ୍କୁ ଆଗେଇ ଆସି ନିଜର କର୍ମ କ୍ଷେତ୍ରକୁ ଆଗେଇ ନେବା ପାଇଁ ବିଭିନ୍ନ ଉଦାହରଣ ଦେଇ ପରାମର୍ଶ ପ୍ରଦାନ କରିଥିଲେ।

ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟର ଉନ୍ନତିଉତ୍ତୋର କାମନା କରିଥିଲେ। ଏହା ସହ ଅଞ୍ଚଳରେ ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟ ବହୁ ଛାତ୍ରୀ ବହୁ ପ୍ରତିଭାର ଅଧିକାରୀ ସାଜିଥିବାରୁ ସ୍କୁଲ ପରିଚାଳନା କମିଟି ସଭାପତି ନିରୁପମା ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସଭାକୁ ଶିକ୍ଷୟିତ୍ରୀ ଅନିମା ରାଉତ ସଞ୍ଚାଳନ କରିଥିଲେ। ଚଳିତ ବର୍ଷ ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ବାରିକଙ୍କୁ ହଟକିଶୋର ପାଣିଗ୍ରାହୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ବିଦ୍ୟାଳୟ ଛାତ୍ରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଙ୍କୁ ସମ୍ମାନିତ କରା ଯାଇଥିଲା। ବିଦ୍ୟାଳୟ ଏହି ଉତ୍ସବରେ ଶିକ୍ଷୟିତ୍ରୀ ଉଷା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ପରିଶେଷରେ ସ୍କୁଲ ଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଅଜିତ୍ ପାଣିଗ୍ରାହି ଙ୍କ “ଝାର ଜଙ୍ଗଳ ପାଣି ପବନ…. ଗୀତ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା। ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୋଷତ୍ତମ ପ୍ରଧାନ ବିଦ୍ୟାଳୟରେ ଆବଶ୍ୟକତାକୁ ଅନୁଭବ କରି ଏକ ସୁଲଭ ଶୌଚାଳୟ ନିର୍ମାଣ ପାଇଁ ଘୋଷଣା କରିବା ସହ ଏହାକୁ ସାଂସଦ ପ୍ରଦୀପ ପୁରୋହିତଙ୍କ କରକଳମରେ ଶିଳାନ୍ୟାସ କରାଯାଇଥିଲା।

error: Content is protected !!