Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶିଳ୍ପଗୁରୁ, ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହରଙ୍କ ୯୮ ତମ ଜୟନ୍ତୀ ।

ଶିଳ୍ପଗୁରୁ, ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହରଙ୍କ ୯୮ ତମ ଜୟନ୍ତୀ ।

ବରପାଲି – ବରପାଲିର ବିଶିଷ୍ଟ ବାନ୍ଧକଳା ଶିଳ୍ପଗୁରୁ ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହର ଙ୍କ ୯୮ ତମ ଜନ୍ମ ଜୟନ୍ତୀ କଳାଭାରତୀ ଟ୍ରଷ୍ଟ ସଂଗ୍ରହାଲୟ ପରିସରରେ ପାଳିତ ହୋଇଯାଇଛି।କଳାଭବନ’ ଓ ‘କଳାଶ୍ରୀ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉତ୍ସବରେ ଟ୍ରଷ୍ଟର ସଦସ୍ୟ, ସଦସ୍ୟା ମାନେ ଟ୍ରଷ୍ଟ ପରିସରରେ ରହିଥିବା ଆବକ୍ଷ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଅତିଥି ମାନେ ତାଙ୍କର ମହାନତା ଓ ସ୍ମାରକକୁ ନେଇ ସ୍ମୃତି ଚାରଣ ମାନ କରାଯାଇଥିଲା l

ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ସିନେ ଅଭିନେତା ଅଶୋକ କୁମାର ଦାଶ ଦୀପ ପ୍ରଜ୍ବଳନ କରି ଆବକ୍ଷ ପ୍ରତମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିବା ବେଳେ ତାଙ୍କ ସୁପୁତ୍ର, ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ବାନ୍ଧଶିଳ୍ପୀ ଡ଼. ସୁରେନ୍ଦ୍ର ମେହେର ପିତାଙ୍କ ବାନ୍ଧ କଳା କ୍ଷେତ୍ରରେ ଅବଦାନ ଉପରେ ବକ୍ତବ୍ଯ ଉପସ୍ଥାପନ କରିଥିଲେ l ଟ୍ରଷ୍ଟ ସମ୍ପାଦକ ଅଧ୍ୟାପକ ଉତ୍ତର କୁମାର ଗଡତିୟା ପଦ୍ମଶ୍ରୀ ମେହେର ଙ୍କ ବାନ୍ଧ କଳା କ୍ଷେତ୍ରରେ ଅବଦାନ ଉପରେ ଆଲୋକପାତ କରିଥିଲେ l ଶେଷରେ ଟ୍ରଷ୍ଟ ବରିଷ୍ଠ ସଦସ୍ୟ ବିଶିଷ୍ଟ ସଂଗୀତ ନିର୍ଦେଶକ ବୀରେନ୍ଦ୍ର ନାଥ ନାଗ ଧନ୍ୟବାଦ ଅର୍ପଣ କରିଥିଲେ l

ଏହି ସମାରୋହରେ ସଦସ୍ୟ ହରି ଚରଣ ଖଟୁଆ, ଜାତୀୟ ପୁରସ୍କାର ପ୍ରାପ୍ତ ଟେରାକୋଟା ଶିଳ୍ପୀ ମନବୋଧ ରଣା, ଗଦାଧର ସିଂହ, ମହେନ୍ଦ୍ର କୁମାର ମେହେର, ସୁଦାମ ମେହେର, ଅଧ୍ୟାପକ ରମାକାନ୍ତ ତ୍ରିପାଠୀ, ନବ କିଶୋର ମେହେର, ତନ୍ମୟାନନ୍ଦ ମେହେର, ଅଶୋକ ଖଟୁଆ, ବନ୍ତ ରାମ ସେଠ୍, ଶାନ୍ତି ଲତା ମେହେର, ପୁଷ୍ପାଞ୍ଜଳି ମେହେର, ରୀନା ମେହେର, ପୁଷ୍ପାଞ୍ଜଳି ମେହେର (ବେବି) ଇତ୍ୟାଦି ସଙ୍ଗେ ସମସ୍ତ ସଦସ୍ୟ ଓ ସଦସ୍ୟା ଯୋଗଦାନ କରିଥିଲେ l

error: Content is protected !!