Saturday, March 7, 2026
Homeରାଜ୍ୟପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁଣ୍ଡାପଲାରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଏକ ଶତ ତମ ଜନ୍ମ...

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁଣ୍ଡାପଲାରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଏକ ଶତ ତମ ଜନ୍ମ ଦିବସ ପାଳିତ।

ନୂଆପଡ଼ା-ଭଗବାନ୍ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଏକ ଶତ ତମ ଜନ୍ମ ଦିବସ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁଣ୍ଡାପଲାରେ ପାଳିତ ହୋଇଯାଇଛି। ବାବାଙ୍କ ଜନ୍ମ ଦିବସ ଅବସରରେ ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ଛିନ୍ଦେଇକେଲାର ଆବାହକ ତଥା ସ୍ଥାନୀୟ ବିଦ୍ୟାନୟର ପ୍ରଧାନ ଶିକ୍ଷକ ଶ୍ରୀ ପତିତପାବନ ସାହୁ ବାବାଙ୍କ ଜନ୍ମ ତଥା ସାରା ବିଶ୍ବରେ ବାବାଙ୍କ ସେବାର ମାର୍ଗ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ଶିକ୍ଷ୍ୟାବିତ୍ ହୁତାଶନ ତାଣ୍ଡି ବାବାଙ୍କ ଭଳି ନିଜକୁ ଗଢି ତୋଳିବା ପାଇଁ ଉଦବୋଧନ ଦେଇଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଖାତା,ବାବାଙ୍କ ଫଟୋ,ବାବାଙ୍କ ଲୋକେଟ ତଥା ମିଷ୍ଟାନ୍ୟ ବଣ୍ଟନ କରାଯାଇଥିଲା।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପଣ୍ଡା ପୂଜାକାର୍ଯ୍ୟ ତଥା ଅନ୍ୟ ସବୁ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ତପନ କୁମାର ବୋହିଦାର,ମନୋଜ ନାୟକ,ସୁବାସ ମେହେର,ସୁଶାନ୍ତ ରଣା,ନବୀନ ମେହେର,କ୍ଷିରସିନ୍ଧୁ ପ୍ରଧାନ,କ୍ଷୀରୋଦ ମାଝୀ,ନାନୁ ପ୍ରସାଦ ଦୁବେ,କୁମର କେତକୀ,ଦେବରାଜ ନାୟକ ସହଯୋଗ କରିଥିଲେ।

error: Content is protected !!