Saturday, March 7, 2026
Homeରାଜ୍ୟସତ୍ୟସାଇ ଭଜନ ମଣ୍ଡଳୀ ଛିନ୍ଦେଇକେଲା ପକ୍ଷରୁ ରକ୍ତଦାନ ଶିବିର:୫୦ ୟୁନିଟ ରକ୍ତ ସଂଗୃହୀତ।

ସତ୍ୟସାଇ ଭଜନ ମଣ୍ଡଳୀ ଛିନ୍ଦେଇକେଲା ପକ୍ଷରୁ ରକ୍ତଦାନ ଶିବିର:୫୦ ୟୁନିଟ ରକ୍ତ ସଂଗୃହୀତ।

ପଦ୍ମପୁର-ଶ୍ରୀ ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ଛିନ୍ଦେଇକେଲା ପକ୍ଷରୁ ଭଗବାନ୍ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଏକ ଶତ ତମ ଜନ୍ମ ଦିବସ ଅବସରରେ ଶୁକ୍ରବାର ଦିନ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳୀର ଆବାହକ ଶ୍ରୀ ପତିତପାବନ ସାହୁଙ୍କ ନେତୃତ୍ୱରେ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଉକ୍ତ ଶିବିରକୁ ପଦ୍ମପୁର ସମିତି ଆବାହକ କମଳାକାନ୍ତ ପାଣିଗ୍ରାହୀ ଉଦଘାଟନ କରିଥିଲେ।

ଶିବିରରେ ପଚାଶ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶିବିରରେ ଭଜନ ମଣ୍ଡଳୀର ସୁଧାଂଶୁ ଶେଖର ସେଟ,ସୁରଥ ସାହୁ,ନିରୋଜ ସାହୁ,ସନ୍ତୋଷ ପାଢି,ହେମସାଗର ସାହୁ,ଆକାଶ ସାହୁ,ରିଶବ୍ ସାହୁ,ଆଦର୍ଶ ସାହୁ,ସତ୍ୟ ସାହୁ,ବିନୟ ସାହୁ,ସୁନିଲ ସାହୁ ରାଜା ସାହୁ ଦୀପକ ସାହୁ, ପିଣ୍ଟୁ ସାହୁ ଯତୀନ ସାହୁ ପ୍ରମୁଖ ସହଯୋଗ କରିଥିଲେ। ପଦ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

error: Content is protected !!