Saturday, March 7, 2026
Homeରାଜ୍ୟସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ।

ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ।

ପଦ୍ମପୁର-ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଏବଂ ବିଜ୍ଞାନ ଭିତ୍ତିକ କୁଇଜ ପ୍ରତିଯୋଗିତା ଉତ୍ସାହଭରା ପରିବେଶରେ ଆୟୋଜିତ ହେଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ନେତୃତ୍ୱ ଏବଂ ବିଜ୍ଞାନ ଶିକ୍ଷିକା ଚନ୍ଦନା ଚନ୍ଦ୍ରପ୍ରଭା ପଧାନଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନମୂଳକ ମଡେଲ୍, ପ୍ରତିକୃତି ଓ ନୂତନାତ୍ମକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜମରତଲା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେଶ କୁମାର ଖମାରୀ ଓ ସମ୍ମାନ୍ନିତ ଅତିଥି ଭାବେ ପି.ଏମ.ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ବିଜ୍ଞାନ ଶିକ୍ଷକ ମାନସ ରଂଜନ ଶତପଥୀ ଯୋଗଦାନ କରିଥିଲେ । ଅତିଥିଗଣ ଫିତା କାଟି ବିଜ୍ଞାନ ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ ।  

ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା, ବୈଜ୍ଞାନିକ ଭାବନା ଏବଂ ପ୍ରାକ୍ଟିକାଲ୍ ଜ୍ଞାନକୁ ସମସ୍ତେ ପ୍ରଶଂସା କରିଥିଲେ। ଉଦଯାପନୀ ସଭାରେ ପ୍ରଧାନ ଶିକ୍ଷକ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନପୂର୍ବକ ସମ୍ମାନିତ କରିଥିଲେ । ଭଗବାନଙ୍କୁ ପୁଷ୍ପାର୍ପଣ  ପରେ ଶିକ୍ଷକ ହରିହର ସାହୁଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ ବିଜ୍ଞାନ ଭିତ୍ତିକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ, ଅତିଥିମାନେ ତଥା ଶିକ୍ଷକ/ ଶିକ୍ଷିକାମାନେ ଏଭଳି ପ୍ରଦର୍ଶନୀ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆଗ୍ରହୀ କରିବା ସହ ନବଚେତନା ଓ ଆବିଷ୍କାରମୂଳକ ଚିନ୍ତାଧାରା ଗଢ଼ି ତୋଳେ ବୋଲି ମତବ୍ୟକ୍ତ କରିଥିଲେ ।

ପରେ ଛାତ୍ରଛାତ୍ରୀମାନଙ୍କୁ ଅତିଥି ତଥା ସମସ୍ତ ଶିକ୍ଷକମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିବାର ଆଗାମୀ ଦିନରେ ମଧ୍ୟ ଏଭଳି ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରିବାର ନିଶ୍ଚୟ କରିଥିଲେ । କାର୍ଯକ୍ରମକୁ ଅରୁଣ କୁମାର ବଣିଆ , ରୋଶନୀ ଦେହେରୀ, ଜିତେନ୍ଦ୍ରିୟ ଗିଙ୍ଗିରା, କେଶବ ମେହେର , ଦାଶରଥୀ ମହାନନ୍ଦ, ହରିହର ସାହୁ, ବଳରାମ ଦେହେରୀ, ଗୋବର୍ଦ୍ଧନ ମିଶ୍ର, ସଞ୍ଜୟ ଦେହେରୀ, ସୁଶାନ୍ତ ମେହେର, ମୋନାଲିସା ପାଣିଗ୍ରାହୀ, ଆଦିତ୍ୟ ଦାଶ, ଶଶୀଭୁଷଣ ବାରିକ୍ ସୁଚାରୁରୂପେ ତୁଲାଇଥିଲେ । ପରିଶେଷରେ ବିଜ୍ଞାନ ଶିକ୍ଷିକା ଶ୍ରୀମତୀ ଚନ୍ଦନା ଚନ୍ଦ୍ରପ୍ରଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!