ବରପାଲି-ବରପାଲି ଅଞ୍ଚଳର ମୌଳିକ ଅଧିକାର ପୁରଣ ଦାବୀରେ ଶନିବାର ଆମରଣ ଅନସନରେ ବସିଲେ ଜଗନ୍ନାଥ ନଗର ଦୁର୍ଗାପୂଜା କମିଟି । ଗତ ଏକ ସପ୍ତାହ ପୁର୍ବରୁ ସ୍ଥାନିୟ ତହସିଲଦାରଙ୍କୁ କମିଟି ନ୍ଯାର୍ଯ୍ଯ ଦାବୀପତ୍ର ପ୍ରଦାନ ସହ ଆମରଣ ଅନସନର ଚେତାବନୀ ଦିଆଯାଇଥିଲା। ହେଲେ ପ୍ରସାସନ କେବଳ ଆଲୋଚନା ଓ ବ୍ଯବସ୍ଥାପନା ଆଳରେ ଚୁପିଚାପି ନିତି ଅବଳମ୍ବନ କରିଥିଲେ। ୬ଦଫା ଦାବୀ ଉଠାଇ ଅଞ୍ଚଳବାସୀ ସ୍ଥାନିୟ ଜଗନ୍ନାଥ ନଗର ହନୁମାନ ମନ୍ଦିର ପରିସରରେ ଧାରଣାରେ ବସିଛନ୍ତି। ଜଗନ୍ନାଥ ନଗର ବାଟ ଦେଇ ଲମ୍ବିଥିବା ରାଜ୍ୟ ରାଜପଥ ରାୟପୁରରୁ ପୁରୀ ଜଗନ୍ନାଥ ଧାମ ରାସ୍ତା ବର୍ତ୍ତମାନ ଜାତିୟ ରାଜପଥର ମାନ୍ଯତା ପାଇସାରିଛି। ପ୍ରସାସନର ଖାମଖିଆଲି ମନୋଭାବ ଯୋଗୁ ରାସ୍ତାର ନିର୍ମାଣକାର୍ଯ୍ଯ ଧିର ମନ୍ଥରଗତିରେ ଆଗେଇଚାଲିଛି। ଗତ ଆଠ ବର୍ଷ ହେଲା ହାଇସ୍କୁଲ ସମ୍ମୁଖରେ ରେଲୱ୍ୱେ ଓଭରବ୍ରିଜ ନିର୍ମାଣ କାମ କଚ୍ଛପ ଗତିରେ ଚାଲିଛି। ହେଲେ ସମାପନ କେବେ ହେବ ତାର କୌଣଷି ଉତ୍ତର କୌଣଷି ବାବୁଙ୍କ ପାଖରେ ନାହିଁ।

ସେହିପରି ବ୍ରିଜର ତଳ ଉଭୟ ପାର୍ଶ୍ବର ବାଇପାସ ରୋଡ ସହ କଡନାଳ ନିର୍ମାଣ ନାଁରେ କେବଳ ଅଞ୍ଚଳବାସୀଙ୍କୁ ଦହଗଞ୍ଜରେ ପକାଇ ରଖିଛି। ଅବ୍ୟବସ୍ଥା ଏବଂ ପାରିପାର୍ଶ୍ବିକ ଅବସ୍ଥିତିକୁ ନେଇ ବହୁଦିନରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସମସ୍ଯାର ସ୍ଥାୟୀ ସମାଧାନ ଦିଗରେ ବିଭିନ୍ନ ସମୟରେ ଅଞ୍ଚଳବାସୀ ବହୁବାର ପ୍ରସାସନ ସହ ନେତା ମନ୍ର୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆଜିପର୍ଯ୍ଯନ୍ତ କୌଣସି ପ୍ରକାର ସଠିକ ସମାଧାନର ବାଟ ଫିଟି ପାରିଲାନାହିଁ। ଆଜି କାଲି ହଁହାଁ ହୋଇ କେବଳ ପ୍ରତିଶୃତି ମାଧ୍ଯମରେ କାମ ଚାଲିଥିବା ଦୃଷ୍ଟିଗୋଚରକୁ ଆସୁଛି। ବର୍ତ୍ତମାନ ଜଗନ୍ନାଥ ନଗର ଦୁର୍ଗାପୂଜା କମିଟୀ ସମସ୍ତ ସଭ୍ୟ ତଥା ଜଗନ୍ନାଥ ନଗର ସର୍ବସାଧାରଣ ଓ ରାସ୍ତାରେ ଯାତାୟାତ ହେଉଥିବା ଆଖପାଖ ଗ୍ରାମବାସୀ ସ୍ଥାନିୟ ତହସିଲଦାରଙ୍କ ଦ୍ବାରସ୍ଥ ହୋଇଥିଲେ। ନଭେମ୍ବର ୧୪ତାରିଖ ପର୍ଯ୍ଯନ୍ତ ପ୍ରସାସନିକ ଦାବୀର ସମାଧାନର ବାଟ ନଖୋଲିଲେ ଆସନ୍ତା ୧୫ତାରିଖ ଆମରଣ ଅନସନର ବାଟ ଆପଣାଇବ ବୋଲି ଚେତାବନୀ ଦିଆଯାଇଥିଲା।

ଅଞ୍ଚଳବାସୀଙ୍କ ମୂଖ୍ଯ ଦାବୀ ମଧ୍ଯରେ ଜଗନ୍ନାଥ ନଗରର ଉଭୟ ପାର୍ଶ୍ଵରେ ନୂତନ ନିର୍ମିତ ହୋଇଥିବା ସାରଭିସ ରୋଡକୁ ଯୁଦ୍ଧକାଳୀନ ଭିଭିରେ ସ୍ଥାୟୀ ପିଚୁକରଣ ଅବା କଂକ୍ରିଟ ରୋଡରେ ପରିଣତ କରାଯାଉ।ସଡକ ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରତି ସମ୍ମାନ ଦିଆଯାଉ।ସ୍ଥାନିୟ ଗାନ୍ଧିଛକ ଠାରୁ ବାହାରିଥିବା ରାମପୁର-ସୋନପୁର ବାଟ ଦେଇ ଯାତାୟାତ ହେଉଥିବା ଭାରି ଯାନ ମାନଙ୍କୁ ଅନ୍ଯରାସ୍ତାରେ ଛଡାଯାଉ। ରାସ୍ତାକଡରେ ଅବସ୍ଥିତ ଅର୍ଦ୍ଧ ନିର୍ମିତ ନାଳକୁ ସମ୍ପୂର୍ଣ କରାଯାଉ।ରାସ୍ତାର ଉଭୟ ପାର୍ଶ୍ବରେ ଲାଗିଥିବା ବିଦ୍ଯୁତ ଖୁମ୍ବ ମାନଙ୍କରେ ଉଜ୍ବଳ ଆଲୋକୀକରଣର ବ୍ୟବସ୍ଥା କରାଯାଉ।ଓଭରବ୍ରୀଜ ନିର୍ମାଣକାର୍ଯ୍ୟକୁ ଗୁରୁତ୍ବର ସହିତ ତ୍ବରାନ୍ବିତ ହେଉ ବୋଲି ଦାବୀ ଉଠାଇଥିଲେ। ପୁଜାକମିଟି ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,କାର୍ଯ୍ୟକାରୀ ସଭାପତି ରୋହିତ ବଡ଼ଲ ଉପ-ସଭାପତି କୈଳାସ ଗହୀର, ଭୈରବ ମେହେର ସାଧାରଣ ସଂପାଦକ ଯଦୁମଣି ତ୍ରିପାଠୀ ପ୍ରମୁଖଙ୍କ ସମେତ ଅନ୍ଯ କର୍ମକର୍ତ୍ତା ଏବଂ ବରିଷ୍ଠ ମାନଙ୍କ ସହିତ ମହିଳା ସଦସ୍ଯ ମାନେ ନିଜ ଅସହାୟତା ସ୍ଥିତିକୁ ନେଇ ଧାରଣାରେ ବସି ଉପସ୍ଥାପନ କରିଥିଲେ।

ଖବରପାଇ ପ୍ରସାସନ ପକ୍ଷରୁ ବ୍ଳକଅଧିକାରୀ ସୁମନ୍ତ କୁମ୍ଭାର,ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଭୁବନେଶ୍ବର ଶତପଥି,ପୋଲିସ ଅଧିକାରୀ ଜୟାରସ୍ମି ସେଠୀ,ଅତିରିକ୍ତ ତହସିଲଦାର ହେମ୍ରମ ବାବୁଙ୍କ ସମେତ ଜନସ୍ବାସ୍ଥ୍ୟ ବିଭାଗ,ସ୍ବାସ୍ଥ୍ୟ ବିଭାଗ,ପୁର୍ତ୍ତ ବିଭାଗ କାର୍ଯ୍ଯକର୍ତ୍ତା ମାନେ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଅନସନ ବନ୍ଦ କରିବାକୁ ଅନୁରୋଧ ଜଣାଇଥିଲେ। ହେଲେ ଧାରଣାରେ ବସିଥିବା ସଦସ୍ଯ ମାନେ ନିଜ ଜିଦରେ ଅଟଳ ରହିବା ସହ ଯେତେବେଳ ପର୍ଯ୍ଯନ୍ତ ଉପୁଜିଥିବା ସମସ୍ୟାର ବାଟ ନଖୋଲିବ ସେତେ ଦିନ ଯାଏ ଆନ୍ଦୋଳନ ଅବ୍ୟାହତ ରହିବ ଏଥିରେ କୌଣଷି ପ୍ରକାର ଦ୍ବିମତ ରହିନାହିଁ ବୋଲି ସଭାପତି ପ୍ରଦ୍ଯୁମ୍ନ ତ୍ରିପାଠୀ ଯୁକ୍ତି ବାଢିଥିଲେ। ପୁର୍ବରୁ ପ୍ରସାସନକୁ ଦେଇଥିବା ଦାବୀ ପତ୍ରର ଏକକିତା ନକଳ ଜିଲ୍ଲାପାଳ, ବରଗଡ଼, ଉପ-ଜିଲ୍ଲାପାଳ ବରଗଡ଼, ଆରକ୍ଷୀ ଅଧିକ୍ଷକ, ବରଗଡ଼, ଭାରପ୍ରାପ୍ତ ଥାନା ଅଧିକାରୀ ବରପାଲି, କାର୍ଯ୍ୟନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଂଚଳ ପରିଷଦ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ, ପ୍ରେସ୍-ମିଡିଆକୁ ଜଣାଇ ଦିଆଯାଇଥିବା ଜଣାପଡିଥିଲେ।



