Saturday, March 7, 2026
Homeଅଘଟଣମାଧପୁର ରେଞ୍ଜରେ ଯାଏଁ ଲମ୍ବିଛି ଗଞ୍ଜେଇ ଚେରକାଣ୍ଡରା ଓ କାଚପାଜୁରେ ୩୩.୬ ଏକର ଗଞ୍ଜେଇ ଚାଷ...

ମାଧପୁର ରେଞ୍ଜରେ ଯାଏଁ ଲମ୍ବିଛି ଗଞ୍ଜେଇ ଚେରକାଣ୍ଡରା ଓ କାଚପାଜୁରେ ୩୩.୬ ଏକର ଗଞ୍ଜେଇ ଚାଷ ନଷ୍ଟ ।

ବୌଦ୍ଧ(ସିମୁନ ନାଏକ)-ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞ୍ଜ ଅଞ୍ଚଳରେ ପ୍ରଥମ କରି ଗଞ୍ଜେଇ ଚାଷ ନଷ୍ଟ କରିଥିଲା ପୋଲିସ। ଏହାକୁ ନେଇ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଥିଲା । କହିଁକି ନା ହରଭଙ୍ଗା ବ୍ଲକ ଗଞ୍ଜେଇ ମୁକ୍ତ ଅଞ୍ଚଳ ହୋଇଥିବାରୁ ସାରା ଜିଲ୍ଲାରେ ଆଲୋଡନ ଖେଳି ଯାଇଥିଲା । ଏନେଇ ଗତ ଅକ୍ଟୋବର ମାସ ୨୯ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ମାଧପୁର ରେଞ୍ଜ ପର୍ଯ୍ୟନ୍ତ ଗଞ୍ଜେଇ ଚେର ଲମ୍ବିଥିବା ନେଇ ପ୍ରକାଶ ପାଇଥିଲା । ଖବର ପ୍ରକାଶିତ ପରେ ପୋଲିସ ଓ ବନବିଭାଗ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଥିଲା ।

ଆଜି ପୁରୁଣାକଟକ ପୋଲିସ ପକ୍ଷରୁ ଶୁକ୍ରବାର ଦିନ ମାଧପୁର ରେଞ୍ଜ ଅନ୍ତର୍ଗତ ସୁଲକେଟି ଓ କାଚପାଜୁ ରୁ ୩୩.୬ ଏକର ରୁ ୩୨ ହଜାର ୬ ଶହ ୫୪ ଟି ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ । ପୁରୁଣାକଟକ ଥାନା ଅଧିକାରୀ ଅରୁଣ ସିଂଙ୍କ ନେତୃତ୍ୱରେ ଅଡେଣିଗଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ବେହେରା, ବନପାଳ ଅଭିମନ୍ୟୁ ମହାନ୍ତି, ରାଜସ୍ୱ ନିରୀକ୍ଷକ ଜୟନ୍ତ ଦାସଙ୍କ ସମେତ ପୋଲିସ ବହିନୀ ସାମିଲ ହୋଇଥିଲା । ଆଗାମୀ ଦିନରେ ଗଞ୍ଜେଇ ମୁକ୍ତ ଅଭିଯାନ ଆହୁରି ଜୋରଦାର କରାଯିବ ବୋଲି ପୁରୁଣାକଟକ ଥାନା ଅଧିକାରୀ ଅରୁଣ ସିଂ କହିଛନ୍ତି ।

error: Content is protected !!