Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଶ୍ରୀଅରବିନ୍ଦ ସ୍କୁଲରେ ଶିଶୁ ଦିବସ ପାଳିତ ।

ଶ୍ରୀଅରବିନ୍ଦ ସ୍କୁଲରେ ଶିଶୁ ଦିବସ ପାଳିତ ।

ପଦ୍ମପୁର-ପଦ୍ମପୁର ଶାନ୍ତି ନଗର ଅଦିତି ବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି। ପ୍ରୀତିରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପ୍ରଶାସକ ଭରତ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପଦ୍ମପୁର ଏନଏସିର ସ୍ବଚ୍ଛତା ଅଧିକାରୀ ଦୀନବନ୍ଧୁ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ମାନଙ୍କୁ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠିତ କୌତୁକିଆ ପୋଷାକ ପ୍ରତିଯୋଗିତାରେ କଷ୍ଟ୍ୟୁମ ଡିଜାଇନର ମନୋରଞ୍ଜନ ସାହୁ ଓରଫ ସୁରେଶ ସାହୁ ସମ୍ମାନିତ ଅତିଥି ତଥା ବିଚାରକ ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ମୂଲ୍ୟାଙ୍କନ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ ଏବଂ ସମସ୍ତ ଅପାଭାଇଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ଶେଷରେ ଅଧ୍ୟାକ୍ଷା ଆହ୍ଲାଦିନୀ ଦଲାଇ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!