Saturday, March 7, 2026
Homeରାଜ୍ୟଗାଇସିଲେଟ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ।

ଗାଇସିଲେଟ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ।

ପଦ୍ମପୁର-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କରିବା ଲକ୍ଷରେ ପ୍ରତି ବ୍ଲକ ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜନ କରି ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସରକାରଙ୍କ ଯୋଜନାରେ ସାମିଲ ହୋଇ ଲାଭ ଉଠାଇବା ଉଦ୍ଧେଶ୍ୟରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ବିଡିଓ ଲକ୍ଷ୍ମଣ ମାଝୀଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିଆ ଏବଂ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ସହକାରୀ ପ୍ରାଣୀ ଚିକିତ୍ସକ ଡ.ଅକ୍ଷୟ କୁମାର ମହାଳିକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଶ୍ରୀମତୀ ସୁଭସ୍ମିତା ଘଡେ଼ଇ,ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ କୁମାର ପୁରୋହିତ,ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଝରଣା ପାଣିଗ୍ରାହୀ,ଆତ୍ମା ଅଧ୍ୟକ୍ଷା ସୁପ୍ରଭା ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

ନବୀନ ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିବା ବେଳେ ଡ.ରାନୁ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ରଶ୍ମିରଞ୍ଜନ ମହାନ୍ତି ସରକାରଙ୍କ ବିଭିନ୍ନ ଯୋଜନା ତଥା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ପ୍ରାଣୀ କଲ୍ୟାଣ ଯୋଜନା,ଜାତୀୟ ପ୍ରାଣିଧନ ମିଶନ ଉପରେ ଅବଗତ କରାଇଥିଲେ। ଏହି ମେଳାରେ ମିଶନ ଶକ୍ତି, ମିଲେଟ ମିଶନ, ଆଇସିଡ଼ିଏସ, ପ୍ରାଣୀ ବିଭାଗ,ମତ୍ସ୍ୟ ବିଭାଗ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ପ୍ରଦର୍ଶନୀ ହୋଇଥିଲା।

ଏଥିରେ ଗାଈ,ଛେଳି ଓ କୁକୁଡ଼ା ପାଳନ ଏବଂ ମାଛ ଚାଷ କରି ସଫଳତା ହାସଲ କରିଥିବା ଅଚ୍ୟୁତାନନ୍ଦ ସାହୁ,ମୋନିକା ମହାନ୍ତି,ଅଙ୍ଗୁରି ସାହୁ, ବୃନ୍ଦାବତି ସାହୁ, ମା ଗୋୟେଲ ବିନ୍ଧନ ସ୍ଵୟଂ ସହାୟକ ଗୋଷ୍ଠୀ,ପୁଷ୍ପା ପଧାନ, ସୋନିକା ପଧାନ,ଲକ୍ଷ୍ମୀ ପ୍ରିୟା ବିଶ୍ବାଳ ଆଦି ଚାଷୀ ମାନଙ୍କୁ ଅତିଥି ମାନେ ଉପଢ଼ୌକନ,ପୁଷ୍ପଗୁଚ୍ଛ ଓ ଚେକ୍ ପ୍ରଦାନ କରି ସମ୍ମାନିତ କରିଥିଲେ ।

ବିଧାୟକ ଶ୍ରୀଯୁକ୍ତ ଗଡତିଆ ଏଭଳି ଏକ ମହତ୍ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଚାଷୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଉପସ୍ଥିତ ସମସ୍ତ ଚାଷୀ ମାନଙ୍କୁ ସରକାରଙ୍କ ଯୋଜନାରେ ସାମିଲ ହୋଇ ଲାଭବାନ ହେବା ପାଇଁ ଅନୁରୋଧ କରିଥିଲେ । ବିଭାଗୀୟ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ପରିଶେଷରେ ବ୍ଲକ ମତ୍ସ୍ୟ ବିଭାଗ ଅଧିକାରୀ ଭେଙ୍କଟେସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!