Saturday, March 7, 2026
Homeଖେଳଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଉଦଘାଟିତ।

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଉଦଘାଟିତ।

ପଦ୍ମପୁର – ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ୨୦୨୫ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ସରୋଜ କୁମାର ଭୁଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ସଭାରେ ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇ ,ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରାଲମ୍ବ ପ୍ରସାଦ ପଟେଲ, ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପହଣ୍ଡି ବିଜୟ ମେହେର, ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତିଷ ଚନ୍ଦ୍ର ପ୍ରଧାନ, ବରପାଲି ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା, ବରପାଲି ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଭୁଏ,ବରପାଲି ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଖେଳ ଶାରୀରିକ ଗଠନ ନିମନ୍ତେ ଅପରିହାର୍ଯ୍ୟ ତଥା ଏକତା ସୂତ୍ରରେ ବନ୍ଧିବାର ଏକ ଉଚିତ ମାଧ୍ୟମ ବୋଲି ସମସ୍ତ ବକ୍ତା ମତବ୍ୟକ୍ତ କରିଥିଲେ। ଡି.ପି.ଇ.ଓ ବାର୍ଷିକ ବିବରଣୀ ପଠନ କରିଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବ୍ୟାଣ୍ଡ, ବରିକେଲ ଉଚ୍ଚ ବିଦ୍ୟାଳୟର ଦୁଲ୍ ଦୁଲି ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଲୋକ ନୃତ୍ୟର ତାଳେ ତାଳେ ସମସ୍ତ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ପରେ ମୁଖ୍ୟଅତିଥିଙ୍କ ଦ୍ଵାରା ଜିଲ୍ଲା କ୍ରୀଡ଼ା ପତାକା ଉତ୍ତୋଳନ ପୂର୍ବକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଖେଳାଳୀ ମାନେ ମାର୍ଚ ପାଷ୍ଟ କରି ପତାକାକୁ ଅଭିବାଦନ ଜଣାଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ଖମାରୀ ଓ ଅଭିଳାଷ ସାହୁ ସଂଯୋଜନା କରିଥିଲେ । ପରିଶେଷରେ ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତା ଚଉଦ ଓ ସତର ବର୍ଷ ବର୍ଗ ମଧ୍ୟରେ ତିନି ଦିନ ଧରି ଅନୁଷ୍ଠିତ ହେବ।

error: Content is protected !!