Saturday, March 7, 2026
Homeଖେଳପ୍ରଥମ ଜଗଦଳପୁର ପ୍ରିମିୟର ଲିଗ କ୍ରିକେଟ ଉଦଯାପିତ ।

ପ୍ରଥମ ଜଗଦଳପୁର ପ୍ରିମିୟର ଲିଗ କ୍ରିକେଟ ଉଦଯାପିତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଜଗଦଳପୁର ଠାରେ ଚାଲୁଥିବା ଚାରି ଦିବସିୟ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ମୁଖ୍ଯ ଅତିଥି ଭାବରେ କ୍ରିଷ୍ଣା ମୋଟର ପଦ୍ମପୁରର ନିର୍ଦ୍ଦେଶକ ତଥା ବିଶ୍ୱହିନ୍ଦୁ ପରିଷଦର ସଂଯୋଜକ ସୁରେଶ ରାମଚନ୍ଦାନୀ , ସମ୍ମାନିତ ଅତିଥି ଭାବରେ ଯୁବ ନେତା ମଦନ ମୋହନ ପଟେଲ ଏବଂ ବିଶିଷ୍ଟ ଅତିଥି ଭାବରେ ଜଗଦଳପୁର ସରପଞ୍ଚ ଗୋବର୍ଦ୍ଧନ ନାୟକ, ସରେଇକେଲା ସରପଞ୍ଚ ଉପେନ୍ଦ୍ର ପଟେଲ, କ୍ରିଷ୍ଣ ଚନ୍ଦ୍ର ପଟେଲ,ହେମସାଗର ପଟେଲ, ଜ୍ଞାନ ଭାରତୀ ଗୁରୁକୁଳର ପ୍ରଧାନ ଶିକ୍ଷକ ସାଧୁ ଚରଣ ବରିହା, କୁର୍ମା ୟୁ.ପି ସ୍କୁଲର ପ୍ରଧାନ ଶିକ୍ଷକ ଶରତ କୁମାର ସାହୁ, ନରେନ୍ଦ୍ର ପ୍ରଧାନ ଯୋଗଦାନ କରିଥିଲେ l

ଶେଷରେ ଭିକୁ ଏକାଦଶ ବିଜେତା ଓ ମାଫିଆ ଏକାଦଶ ଉପବିଜେତା ହୋଇଥିଲେ l କ୍ରିଷ୍ଣ ପଟେଲ, ଉତ୍ତର, ମୋହିତ ନାୟକ, ଶୋଭିତ,ସମୀର ପଟେଲ, ଛୋଟୁ ପଟେଲ, ଅମ୍ପାୟାର ଦାଇତ୍ୱ ତୁଲାଇଥିବା ବେଳେ ଚନ୍ଦନ ବାଗ ସ୍କୋରିଙ୍ଗ ଏବଂ ମଣ୍ଟୁ, ବସନ୍ତ, ଦୁଃଖ ନାସନ ଧାରା ବିବରଣୀ ପ୍ରଦାନ କରିଥିଲେ l ସର୍ବଶ୍ରେଷ୍ଠ ଖେଳାଡ଼ି ଭାବେ କମଲେଶଙ୍କୁ ଟ୍ରଫି ପ୍ରଦାନ କରାହୋଇଥିଲା l ଜେ.ପି.ଏ.ଲ ର ସଭାପତି ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ବନମାଳୀ ରାଉତିଆ ଧନ୍ୟବାଦ ଅର୍ପଣ କରିଥିଲେ । ତାପସ, ତରଣୀ, ମନୋହର, ପୁରୁଷୋତ୍ତମ, ଯଶ, ସଞ୍ଜୟ, ଅମର, ଶେଷ, ଅଜୁ, ଅଜୟ, ଚିନୁ, ରଜତ, କର୍ଣ୍ଣ ପ୍ରମୁଖ ସାହାଯ୍ୟ କରିଥିଲେ ।

error: Content is protected !!