ପଦ୍ମପୁର-ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ପଦ୍ମପୁର ଠାରେ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନିରାଳମ୍ବ ପ୍ରସାଦ ପଟେଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜବବୋଡ଼ାସମ୍ବର ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଏବଂ ମୁଖ୍ୟ ବକ୍ତା ଭାବେ ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମୋନାଲିସା ସ୍ୱାଇଁ ,ବିଚାରକ ଭାବେ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ମାନସ ଶତପଥୀ ଏବଂ ଟାଉନ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଯୋଶୀ ଯୋଗଦାନ କରିଥିଲେ। ସର୍ବପ୍ରଥମେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରୀ ଗଣେଶ ଓ ମାତା ସରସ୍ୱତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।


ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରିତିରଶ୍ମୀ ସେଠ୍ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ତାପରେ ବିଦ୍ୟାଳୟର ଛାତ୍ରମାନେ ବିଜ୍ଞାନ ଆଧାରିତ ଏକ ଗୀତଗାନ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ୱାଲ୍ ମାଗାଜିନ୍(Scizine) ଅନାବରଣ କରାଯାଇଥିଲା। ଏହି ମେଳା ରେ ଅଭିନବ ଏବଂ ସୃଜନାତ୍ମକ ୪୦ ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା।ଜୁନିଅର ବିଭାଗ ଏବଂ ସିନିୟର୍ ବିଭାଗରୁ ତିନୋଟି ଲେଖାଏଁ ପ୍ରକଳ୍ପ ବିଚାରକ ଙ୍କ ଦ୍ଵାରା ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା।ଭାଗ ନେଇଥିବା ଛାତ୍ର ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ପରିଶେଷରେ ବିଜ୍ଞାନ ଇନ୍ଚାର୍ଜ ଶିକ୍ଷକ ଶ୍ରୀମାନ ସଂଗ୍ରାମ କେଶରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।



