Saturday, March 7, 2026
Homeରାଜ୍ୟସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୪ତମ ଜନ୍ମ ଜୟନ୍ତୀ ।

ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୪ତମ ଜନ୍ମ ଜୟନ୍ତୀ ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀ ତରଫରୁ କାଳଜୟୀ ପ୍ରତିଭା ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। କମିଟି ସଭାପତି ରସାନନ୍ଦ ଥପାଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ଅନୁଷ୍ଠିତ ହୋଇଥିଲା।ସାମ୍ବାଦିକ ଚିତ୍ତରଞ୍ଜନ ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିନା ଥଇତ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ ମେହେର, ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶ ଏବଂ ମୁଖ୍ୟ ବକ୍ତାଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବଦ୍ରୀ ନାରାୟଣ ପୁଝାରୀ ପ୍ରମୁଖ ଯୋଗ ଦେଇଥିଲେ।

ସ୍ମୃତି କମିଟି ସମ୍ପାଦକ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣୀ ପଠନ କରିଥିଲେ । ସଭା ପ୍ରାରମ୍ଭରୁ ସୁଧାଂଶୁ କୁମାର ଦାଶଙ୍କ ଗୀତ ରଚନା ନିର୍ଦ୍ଦେଶନାରେ ସ୍ବାଗତ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା ଏହି ଅବସରରେ ଭାଷା ସାହିତ୍ୟ ଜଗତର ଜଣେ ଅମଳିନ ପ୍ରତିଭା ପ୍ରସନ୍ନ କୁମାର ମିଶ୍ର ଓ ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ଅନ୍ତର୍ଯ୍ୟାମୀ ପଣ୍ଡାଙ୍କୁ “ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି ସମ୍ମାନ ୨୦୨୫” ପ୍ରଦାନ କରାଯାଇଥିଲା ।ବରପାଲି ବ୍ଲକ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରାଜଶ୍ରୀ ସାହୁ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଆଦ୍ୟାସା ଅଲିଭା ରାୟ,ସ୍ନାତକ ଶ୍ରେଣୀର ଛାତ୍ରୀ ଅର୍ଚ୍ଚନା ସାହୁଙ୍କୁ “ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ମେଧା ସମ୍ମାନ -୨୦୨୫ “ପ୍ରଦାନ କରାଯାଇଥିଲା।

ପରେ ପରେ ରମାକାନ୍ତ ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଜନ୍ମ ଜୟନ୍ତୀ ପାଳନର ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନା ଥଇତ ସ୍ମୁତିରକ୍ଷା ଉଦେଶ୍ଯ ନେଇ ଆୟୋଜିଚ ଚକ୍ଷୁ ଚିକିତ୍ସା ଶିବିର, ରକ୍ତବର୍ଗ ଚିହ୍ନଟ ଏବଂ ରକ୍ତ ଦାନ ଶିବିର ଓ ରକ୍ତ ଶର୍କରା ପରୀକ୍ଷା ଶିବିରକୁ ଉଦଘାଟନ କରିଥିଲେ। ସ୍ମୃତି କମିଟିର ସମସ୍ତ ସଦସ୍ୟ ସଦସ୍ୟା ଏଥିରେ ସାମିଲ ହୋଇଥିଲେ। ୨୮ ଜଣ ସ୍ୱେଚ୍ଛା ସେବୀ ରକ୍ତ ଦାନ କରିଥିବା ବେଳେ ୨୦୩ରୁ ଉର୍ଦ୍ଧ ଆଖି ପରୀକ୍ଷା କରିଥିଲେ।ଆନୁଷ୍ଠ।ନିକ କାର୍ଯକ୍ରମର ପରିସମାପ୍ତି ପରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

error: Content is protected !!