ପାଇକମାଳ-କାର୍ତ୍ତିକ ପର୍ଣ୍ଣିମା ଅବସରରେ ସ୍ଥାନୀୟ ତାରିଣୀ ମନ୍ଦିର ଠାରେ ଏକ ଅନ୍ନଭୋଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ର ଏକ ଯୁବଗୋଷ୍ଠୀ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ମା ତାରିଣୀଙ୍କ ପୂଜାର୍ଚ୍ଚନା ପରେ ଅନ୍ନଭୋଗ ବଣ୍ଟନ କରାଯାଇଥିଲା। ସୋମ୍ୟଜିତ ପାଢୀ କର୍ତ୍ତା ଦାୟିତ୍ଵ ବହନ କରିଥିବା ବେଳେ ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ପୂଜାକାର୍ଯ୍ୟ ସମ୍ପର୍ଣ୍ଣ କରିଥଲେ।


୭୦୦୦ରୁ ଉର୍ଦ୍ଧ ଭକ୍ତ ପ୍ରସାଦ ସେବନ କରିଥିବା ବେଳେ ତାପସ କୁମାର ନାୟକ, ପାର୍ଥସାରଥୀ ମହାପାତ୍ର, ଈଶ୍ୱର ମେହେର ଦିପକ ଅଗ୍ରୱାଲ,ଅଜୟ ଅଗ୍ରୱାଲ , ପ୍ରଭୁଦତ୍ତ ପଣ୍ଡା,ପ୍ରଦ୍ୟୁମ୍ନ ମେହେର, ଗୋପାଳ ସାହୁ, ଶ୍ରୀକାନ୍ତ ମିଶ୍ର, ରଶ୍ମି ରଞ୍ଜନ ଖୁଟୁଲା, ଶିବାଶିଷ ପଟ୍ଟନାୟକ, ଦିପକ ତିୱାରୀ ବିକାଶ ପଣ୍ଡା,ରମାକାନ୍ତ ବହିଦାର, ରଜନୀକାନ୍ତ ବହିଦାର, ଆକାଶ ପଣ୍ଡା, ପ୍ରିତସ ନାୟକ ,ଆକାଶ ସାହୁ, ମଙ୍ଗଳୁ ନିଆଲ, ତେଜବିର ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ।



