ବରପାଲି-ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ପ୍ରବେସ ପ୍ରକ୍ରିୟା ଆୟୋଜନ ହୋଇଯାଇଛି। କାର୍ଯ୍ୟକ୍ରମକୁ କାର୍ଯ୍ଯନିର୍ବାହୀ ଅଧ୍ୟକ୍ଷ ସୁଶୀଲ କୁମାର ଶତପଥି ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ବଚ୍ଛାସେବି ମାନଙ୍କୁ ରେଡକ୍ରସ ନୀତି ଆଦର୍ଶ ଉପରେ ବୁଝାଇବା ସହ ସମାଜ ପରିବର୍ତ୍ତନ ଓ ଦେଶ ଗଠନରେ ଆଗେଇ ଆସିବା ପାଇଁ ପ୍ରେରଣା ଯୋଗାଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ୟୁଥ ରେଡକ୍ରସ ପରାମର୍ଶ ଦାତା ଅଧ୍ୟାପକ ଅଲେଖ କୁମାର ମହାନନ୍ଦ ଏବଂ ଯୁବ ରେଡ଼କ୍ରସ ଇତିହାସ ଲକ୍ଷ ଓ ଉଦେଶ୍ୟକୁ ସରଳ ଭାବେ ଆଲୋକପାତ କରିଥିଲେ।

ମହିଳା ୟୁନିଟ କାଉନସିଲର ଅଧ୍ୟାପିକା ନତାସା ସିକନ୍ଦର ରେଡ଼କ୍ରସ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ | ବରିଷ୍ଠ ସ୍ବେଚ୍ଛାସେବୀ ମାନେ ନିଜେ ନିଜର ଅଭିଜ୍ଞତା ସଂପର୍କରେ ବକ୍ତବ୍ୟ ରଖିଥିଲେ। ନୂତନ ଛାତ୍ର,ଛାତ୍ରୀ ମାନେ ଯୁବ ରେଡକ୍ରସ ଦ୍ବାରା ଅନୁପ୍ରାଣିତ ହୋଇ ସମାଜ ସେବାରେ ଉତ୍ସର୍ଗିକୃତ ହେବା ପାଇଁ ବୁଝାଇଥିଲେ। ସିନିଅର ଛାତ୍ର ଛାତ୍ରୀ ଗୁରୁଦେବ ସାହ,ସୁମିତ ସରାଫ,ସମୀର ବିଶି, ଅର୍ପିତା ଥଇତ, ଲିପିକା ଗୁରୁ, ଜ୍ୟୋତି ବାଗ,ଏହି କାର୍ଯ୍ୟକ୍ରମ କୁ ଆୟୋଜିତ କରିଥିଲେ ଓ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ଯୋଗ ଦେଇ ସଫଳ କରିଥିଲେ। ଶେଷରେ ଗ୍ରୁପ ଲିଡର ଶ୍ରୀ ଗୁରୁଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I



