Saturday, March 7, 2026
Homeରାଜ୍ୟଜେନିଥ୍ ଲାୟଂଶ ଗୁରୁକୁଳରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ।

ଜେନିଥ୍ ଲାୟଂଶ ଗୁରୁକୁଳରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ।

ପଦ୍ମପୁର-ପଦ୍ମପୁର ସହରସ୍ଥିତ ଜେନିଥ୍ ଲାୟଂଶ ଗୁରୁକୁଳରେ ଉତ୍ସାହ ଓ ଉତ୍ସବମୁଖର ପରିବେଶରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରଥ, ସମ୍ପାଦକ ଶ୍ରୀଯୁକ୍ତ ପବନ ଅଗ୍ରୱାଲ, କୋଷଧ୍ୟକ୍ଷ ଶ୍ରୀଯୁକ୍ତ ମହମ୍ମଦ ଜାୱେଦ୍, ଜେନିଥ୍ ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚତୁର୍ଭୁଜ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ମନୋଜ କୁମାର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବିଜ୍ଞାନମେଳା ରେ ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ପ୍ରକଳ୍ପ ଗୁଡ଼ିକ କୃଷି, ଖାଦ୍ୟ ନିରାପତ୍ତା, ଶକ୍ତି ଉତ୍ସ ଏବଂ ସଂରକ୍ଷଣ, ପରିବେଶ ସମସ୍ୟା, ବିପର୍ଯ୍ୟୟ ପରିଚାଳନା, ବର୍ଷା ଜଳ ଅମଳ ଆଦି ଉପରେ ଆଧାରିତ ଥିଲା । ଯାହାକି ଛାତ୍ରଛାତ୍ରୀଙ୍କର ଉଦ୍ଭାବନଶୀଳ ଚିନ୍ତାଧାରା, ସୃଜନଶୀଳତା ଓ ଗବେଷଣାମୂଳକ ମନୋଭାବର ଏକ ଜୀବନ୍ତ ପ୍ରତିଛବି ଭାବରେ ପ୍ରତିପାଦିତ ହେଲା ।

ଶ୍ରୀମତୀ ଚଞ୍ଚଳା ସାହୁ, କୌଶଲ୍ୟା ଭୋଇ, ତନ୍ମୟା ଦେବତା , ମନିଷା ଭୋଇ, ପ୍ରୀତି ସେଠ୍, କେଶବ ଚନ୍ଦ୍ର ମେହେର, ସନ୍ଦୀପ ସାହୁ, ନୀତିଶ କୁମାର, ସଂଗମ ବାବୁ, ଥବିର ମେହେର, ବିଶ୍ୱଜିତ୍ ଯାଦବ, କୀର୍ତ୍ତି ସମ୍ଭବ ପାଢ଼ୀ , ଶୁଭଶ୍ରୀ ପଟେଲ ପ୍ରମୁଖ ବିଚାରକ ଭାବେ ପ୍ରଦର୍ଶନୀ କୁ ସର୍ବେକ୍ଷଣ କରିଥିଲେ ଓ ପ୍ରକଳ୍ପ ବିଷୟରେ ସଂପୃକ୍ତ ଛାତ୍ରଛାତ୍ରୀ ମାନଙ୍କ ଠାରୁ ସବିଶେଷ ତଥ୍ୟ ନେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଣ ଶିକ୍ଷକ କର୍ମଚାରୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସୁପରିଚାଳିତ ହୋଇଥିଲା ।

error: Content is protected !!