Saturday, March 7, 2026
Homeରାଜ୍ୟସେବିକାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ।

ସେବିକାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ।

ପଦ୍ମପୁର-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କାର୍ଯ୍ୟରତ ସେବିକା ଶ୍ରୀମତୀ କୁମୁଦିନୀ ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଟୈତନ୍ୟ ଭୋଇ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ବିଦ୍ଵତ୍ ପରିଷଦର ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ରାଷ୍ଟ୍ରୀୟ ଚେତନା ବିଷୟରେ ଆଲୋକପାତ କରିଥିଲେ।

ନିମନ୍ତ୍ରିତ ଅତିଥି ଭାବେ ଭକ୍ତ ଚରଣ ସାହୁ,ଜୟନାରାୟଣ ତ୍ରିପାଠୀ, ସଂକୁଳ ପ୍ରମୁଖ ଦ୍ଵାଦଶ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ ଅବସର ନେଉଥିବା ଶ୍ରୀମତୀ କୁମୁଦିନୀ ମହାନ୍ତିଙ୍କ ସମୟାନୁବର୍ତ୍ତିତା,ସ୍ନେହ ବତ୍ସଳତା ଆଦି ଅନେକ ସୁଗୁଣ ଉପରେ ଆଲୋକପାତ କରିଥଲେ । ପରେ ପରେ ପରିଚାଳନା ସମିତି, ପୂର୍ବ ଛାତ୍ର ସଂସଦ,ମାତୃ ଭାରତୀ, ଶିଶୁ ବିଦ୍ୟାମନ୍ଦିର ସହକର୍ମୀ, ଗୁରୁଜୀ ଗୁରୁମାଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ଶୋଭାଯାତ୍ରାରେ କୁମୁଦିନୀ ମହାନ୍ତିଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

error: Content is protected !!