Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବୈଦିକ ବିଶ୍ବଶାନ୍ତି ମହାଯଜ୍ଞ ଉଦଯାପିତ ।

ବୈଦିକ ବିଶ୍ବଶାନ୍ତି ମହାଯଜ୍ଞ ଉଦଯାପିତ ।

ବରପାଲି-ବରପାଲି ବ୍ଳକ ବାରଙ୍ଗପାଲି, ପଧାନ ଟିକିରା ଅଞ୍ଚଳବାସୀଙ୍କ ପକ୍ଷରୁ ଆୟୋଜିତ ତ୍ରିଦିବସି ବୈଦିକ ବିଶ୍ବଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଏକାଦଶ ତମ ମହାଯଜ୍ଞ ମହୋତ୍ସବ ଗତ ୨୫ତାରିଖରୁ ଆରମ୍ଭ ହୋଇ ଆଜି ସୋମବାର ହୋମଯଜ୍ଞର ପୂର୍ଣ୍ଣାହୁତୀ ସହ ଉତ୍ସବର ଉଦଯାପନୀ ପର୍ବ ପାଳିତ ହୋଇଥିଲା। ଗତ ଶନିବାର ଯଜ୍ଞକର୍ତ୍ତା ନିତ୍ଯାନନ୍ଦ ପ୍ରଧାନ,ଜୋସ୍ନା ପ୍ରଧାନ,ପ୍ରକାଶ ପ୍ରଧାନ, ସସ୍ମିତା ପ୍ରଧାନ,ଶତୃଘନ ପ୍ରଧାନ,ଲିଲି ପ୍ରଧାନ,ତିର୍ଥ ପ୍ରଧାନ,ପ୍ରତିମା ପ୍ରଧାନ, କଳ୍ପ ପ୍ରଧାନ,ଗିତାଞ୍ଜଳୀ ପ୍ରଧାନ ପ୍ରମୁଖ ପୂଜାକର୍ତ୍ତା ମାନଙ୍କ ସମେତ ମହିଳା ଓ ପୁରୁଷ ଭକ୍ତ ମାନେ କଳସ ଶୋଭାଯାତ୍ରାରେ ବାହାରିଥିଲେ। ଗ୍ରାମ ପରିକ୍ରମା ମାଧ୍ଯମରେ ପୂଜାମଣ୍ତପ ସମିପରେ ଶୋଭାଯାତ୍ରୀ ଦଳ ପହଞ୍ଚିଥିଲେ।

ପରେ ଯଜ୍ଞମଣ୍ତରେ ପୂର୍ଣ୍ତକୁମ୍ଭ ମାନ ବ୍ରହ୍ମଚାରୀ କୈଳାଶ ଓ ଶ୍ଯାମ ବାବାଙ୍କ ସହାୟତାରେ ସ୍ଥାପନ ଏବଂ ପ୍ରଥା ଅନୁଶାରେ ନିତିକାନ୍ତି ମାନ ଆରମ୍ଭ ହୋଇଥିଲା। ଗତ୨୬ ତାରିଖ ପୁର୍ବାହ୍ନରେ ଯଜ୍ଞ ଅନୁଷ୍ଠାନ ପ୍ରଜ୍ବଳନ ସହ ଘୃତାହୁତୀ ପର୍ବ ପୂଜାକର୍ତ୍ତା ମାନଙ୍କ ସହଯୋଗରେ ପାଳିତ ହୋଇଥିଲା। ସେହିପରି ଏକ ଆଧ୍ୟାତ୍ମିକ ଚେତନା ମୂଳକ ଭଗବତ ପ୍ରବଚନ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ସୋମବାର ମହାଯଜ୍ଞର ପୂର୍ଣ୍ଣାହୁତୀ ହୋଇଥିବା ବେଳେ ସାଧୁ ସନ୍ଥ ବ୍ରହ୍ମଚାରୀ ତଥା ଭକ୍ତ ମାନଙ୍କ ଗହଣରେ ପ୍ରସାଦ ବିତରଣ ବ୍ୟବସ୍ଥା କମିଟି ପକ୍ଷରୁ ଆୟୋଜନ ହୋଇଥିଲା।

error: Content is protected !!