ବରପାଲି-ବରପାଲି ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ବରଗଡ ଜିଲ୍ଲା ସ୍ତରିୟ ସ୍କୁଲ ଫୁଟବଲ ପ୍ରତିଯୋଗିତା ଶନିବାର ଉଦାଯାପିତ ହୋଇଯାଇଛି। ପ୍ରତିଯୋଗିତା ବାଳକ ବିଭାଗ ବରଗଡ ଦଳ ଭେଡେନ ଦଳକୁ ଟ୍ରାଇବ୍ରେକର ଯରିଆରେ ପାଞ୍ଚ ତିନ ଗୋଲରେ ଅଗ୍ରଣି ହୋଇ ଶ୍ରେଷ୍ଠ ଦଳ ହୋଇଥିବା ବେଳେ ବାଳିକା ବିଭାଗରୁ ବରପାଲି ଦଳ ଗାଇସିଲେଟ ଦଳକୁ ସାତ ଗୋଲରେ ପରାସ୍ତ କରି ଶ୍ରେଷ୍ଠ ଦଳର ମାନ୍ୟତା ହାସଲ କରିଥିଲା। ଆୟୋଜିତ ଚମ୍ପିଆନସିପରେ ବରଗଡ ଜିଲ୍ଲାର ସମସ୍ତ ବ୍ଳକରୁ ବାରଟି ବାରଟି ଦଳ ବିଭାଗ ଦ୍ବୟର ଭାଗ ନେଇଥିଲେ।ବାଳକ ବିଭାଗରୁ ଅଙ୍କିତ ପଧାନ ଚମ୍ପିୟାନ ହୋଇଥିବା ବେଳେ ବାଳିକା ବିଭାଗରୁ ନିକିତା ଦୀପ ଚମ୍ପିୟାନ ଭାବରେ ପୁରସ୍କୃତ ହୋଇଥିଲେ l

ମୁଖ୍ୟଅତିଥି ଭାବରେ ବରପାଲି ବ୍ଲକ ଚେୟାରମେନ ରୀନା ଥଇତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରପାଲି ଏନ ଏ ସି ଚେୟାରମ୍ୟାନ ଦିନେଶ ଗହୀର ଓ ସମାଜ ସେବୀ ନରେନ୍ଦ୍ର କୁମାର ହୋତା, ସାଗରଲାଲ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁଏ ସଭାପତିତ୍ବ କରିଥିବା ବେଳେ ବି ଇ ଓ ମୁକୁନ୍ଦ ମହରା ଅତିଥି ପରିଚୟ ପ୍ରଦାନ କରିଥିଲେ l ନିମନ୍ର୍ତିତ ଅତିଥି ଭାବେ ଲାଞ୍ଜିଗଡ ବି ଇ ଓ ରୁଷିଆ ମେହେର, ବିଜେପୁର ବି ଇ ଓ ବଲ୍ଲଭ ମେହେର, ବରପାଲି ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନାରାୟଣ ଭୁଏ ପ୍ରମୁଖ ମଞ୍ଚାସିନ ହୋଇଥିଲେ l

ପ୍ରଧାନଶିକ୍ଷକ ଅଶୋକ କୁମାର ପଣ୍ଡା ଓ ପି ଇ ଟି କୌସ୍ତୁଭ ସାହୁଙ୍କ ଦ୍ବାରା ମଞ୍ଚ ପରିଚାଳନା ହୋଇଥିଲା। ବରପାଲି ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନୋଜ ସେଠି ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଧାନ ଶିକ୍ଷକ ଭରତ କୁମାର ଗିରି, ମନୋଜ କୁମାର ବାରିକ, ଠାକୁର ପ୍ରସାଦ କୁମ୍ଭାର, ପୂର୍ଣ୍ଣ ଚନ୍ଦ୍ର ବଢ଼େଇ, ପ୍ରତିଭା ମିଶ୍ର, ନିବେଦିତା ସ୍ୱାଇଁ, କମଳାକାନ୍ତ ସିଂ, ଡୋଲମଣୀ ପଟେଲ ପ୍ରମୁଖଙ୍କ ସମେତ ବହୁ ସି ଆର ସି ସି ଓ ଖେଳ ଶିକ୍ଷକ ମାନେ କାର୍ଯ୍ୟକ୍ରମର ପରିଚାଳନା ଦିଗରେ ସହଯୋଗ କରିଥିଲେ l



