Saturday, March 7, 2026
Homeରାଜ୍ୟରେଲୱେ ଓଭରବ୍ରିଜ ରାସ୍ତାକଡ ଜବରଦଖଲ ପୁନଃ ଉଚ୍ଛେଦ ।

ରେଲୱେ ଓଭରବ୍ରିଜ ରାସ୍ତାକଡ ଜବରଦଖଲ ପୁନଃ ଉଚ୍ଛେଦ ।

ବରପାଲି-ବରପାଲି ଜଗନ୍ନାଥ ନଗର ଅର୍ଦ୍ଧ ନିର୍ମିତ ରେଲୱେ ଓଭର ବ୍ରିଜ ରାସ୍ତାକଡ ଉଚ୍ଛେଦ କାର୍ଯ୍ଯ ପୁନଃ ଆରମ୍ଭ ହୋଇଯାଇଛି। ଓଭର ବ୍ରିଜ ନିର୍ମାଣକାମ ଧିରମନ୍ଥର ଗତିରେ ଅଗ୍ରଗତି ନେଇ ବିଗତ ଆଠବର୍ଷ ବିତାଇ ସାରିଲାଣି। ଅଞ୍ଚଳବାସିଙ୍କ ବହୁ ଦିନର ଆଶା ବର୍ତ୍ତମାନ ନିରାଶାରେ ପରିଣତ ହେବାରେ ଲାଗିଲାଣି। ଜଗନ୍ନାଥ ନଗର ବାଟଦେଇ ଲମ୍ବିଥିବା ରାଜ୍ଯ ସଡ଼କଟି ପୂରୀ ଧାମ ଯାଉଥିବା ବେଳେ ସ୍ଥାନୀୟ ହାଇସ୍କୁଲ ନିକଟ ରେଲୱେ ଫାଟକ ଅନେକ ସମୟରେ ବନ୍ଦ ରହୁଥିବା ଯୋଗୁ ସାଧାରଣ ବହୁ ଅସୁବିଧା ଭୋଗୁଛନ୍ତି। ବ୍ରିଜର ସର୍ଭିସ ରୋଡକାମ ଆରମ୍ଭ ପାଇଁ କିଛି ମାସ ପୂର୍ବେ ପ୍ରସାସନ ପକ୍ଷରୁ ଜବରଦଖଲ ତଥା ରୟତି ଜମି ଚିହ୍ନଟ ହେବା ସହ ହିତାଧିକାରୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯାଇଥିଲା।

ପରେ ପ୍ରଶାସନ ଦ୍ବାରା ବୁଲଡୋଜର ମାଧ୍ୟମରେ ଉଚ୍ଛେଦ କାର୍ଯ୍ଯକାରୀ ହୋଇଥିଲା। ଗୁରୁବାର ପୁର୍ବାହ୍ନରେ ପୁନଃ ଜିଲ୍ଲାପାଲ ଆଦିତ୍ୟ ଗୋୟଲ୍ ଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ରୁକ୍ମଣ ମେହେରଙ୍କ ତତ୍ତ୍ଵାବଧାନରେ ଅନଅଧିକାର ଚିହ୍ନଟ ଜବରଦଖଲକୁ ଭଙ୍ଗାକାର୍ଯ୍ଯ ଆରମ୍ଭ କରାଯାଇଥିଲା। ଉଚ୍ଛେଦ ସମୟରେ ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ଦେଓ,ରେଭିନ୍ଯୁ ଇନ୍ସପେକ୍ଟର ଟିକେଶ୍ୱର୍ ମଲ୍ଲିକ,ସେବକ ବାଗ,ପୋଲିସ ବାହିନୀ,ଓ ରାଜସ୍ବ କର୍ମଚାରୀ ମାନେ ସହଯୋଗ କରିଥିଲେ।

error: Content is protected !!