Saturday, March 7, 2026
Homeରାଜ୍ୟପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ସମ୍ଭବ ତାଲିମ ଶିବିର ।

ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ସମ୍ଭବ ତାଲିମ ଶିବିର ।

ପଦ୍ମପୁର – ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପଞ୍ଚଦିବସୀୟ ‘ ସମ୍ଭବ ‘ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଅବସରରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ବ କରିଥିବାବେଳେ ରାଜବୋଡାସମ୍ବର୍ ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ଭୋଇ ମୁଖ୍ୟ ଅତିଥି , ଝାରବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ଶୁଭମ୍ କୁମାର ପତି ସ୍ଵତନ୍ତ୍ର ଅତିଥି ଓ ରାଜବୋଡାସମ୍ବର୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାଳମ୍ବ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ପଞ୍ଚ ଦିବସୀୟ ତାଲିମ ଶିବିରରେ ଶୁଭମ୍ କୁମାର ପତି,ବେଣୁଧର ବରିହା, ଅଜୟ କୁମାର ମେହେର,ସଞ୍ଜୟ ଖମାରୀ ,ସଙ୍ଗୀତା ରାଣୀ ମିଶ୍ର, ପୁସ୍ତମ ବିଶି, ସାଧନ କର୍ମୀ ରୂପେ ଯୋଗ ଦେଇଥିଲେ। ୪ ଟି ବ୍ଲକରୁ ୯୫ ଜଣ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଏହି ଶିବିରରେ ତାଲିମ ପ୍ରାପ୍ତ ହେବେ । ପେଡାଗୋଜୀ କୋଡିନେଟର ପୁଷ୍ପା ଦାଶ କାର୍ଯ୍ୟକ୍ରମ ପରିଚାଳନା ନିରୀକ୍ଷଣ କରିବାକୁ ଆସିଥିଲେ ।ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

error: Content is protected !!