ପଦ୍ମପୁର-ପଦ୍ମପୁର ଉପଖଣ୍ଡ ବୁଡେନ ପଞ୍ଚାୟତ ଅନ୍ତର୍ଗତ ବୁକାଝୁଲା ଗାଁ ର ପଣ୍ଡିତ ସଦାଶିବ ତ୍ରିପାଠୀଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବରଗଡ ଓ ବଲାଙ୍ଗୀର ଜିଲ୍ଲାର ସିମାନ୍ତବର୍ତ୍ତୀ ବୁକାଝୁଲା ଗାଁ ରେ ୧୯୪୧ ମସିହାରେ ଜନ୍ମଗ୍ରହଣ କରି ସ୍ୱର୍ଗତ ସଦାଶିବ ତ୍ରିପାଠୀ ନିଜର ପଣ୍ଡିତ କାମ ଯୋଗୁଁ ଅଂଚଳରେ ବେଶ ସୁନାମ ଅର୍ଝନ କରିଥିଲେ । ସେ ଜଣେ ଲୋକସମ୍ପର୍କ ତଥା ବେଶ ପରୋପକାରୀ ବ୍ୟକ୍ତିଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ଅଂଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ସଦାଶିବ ତ୍ରିପାଠୀ ତାଙ୍କ ଅନ୍ତେ ତିନି ପୁଅ,ବୋହୁ,ଝିଅ,ନାତି ଓ ନାତୁଣିଙ୍କୁ ଛାଡି ଯାଇଥାନ୍ତି । ସ୍ଥାନୀୟ ସ୍ମଶାନରେ ଶେଷକୃତ ସମ୍ପନ୍ନ ହୋଇଥିଲା । ବଡପୁଅ ପୃଥିରାଜ ମୁଖାଗ୍ନି ଦେଇଥିଲେ ।



