Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମମତା ପ୍ରକଳ୍ପ ଜାଗୃତି ପକ୍ଷରୁ ମୁନି ଅଭିଯାନ ସଚେତନତା ।

ମମତା ପ୍ରକଳ୍ପ ଜାଗୃତି ପକ୍ଷରୁ ମୁନି ଅଭିଯାନ ସଚେତନତା ।

ବରପାଲି-ବରଗଡ ଜିଲ୍ଲାର ବିଭିନ୍ନ ବ୍ଳକ ଅଞ୍ଚଳରେ ମମତା ପ୍ରକଳ୍ପ ଜାଗୃତି ଏଚଆଇଏମଏସ ପକ୍ଷରୁ ‘ମୁନି ଅଭିଯାନ ‘ ସଚେତନତା କାର୍ଯ୍ଯ ଆରମ୍ଭ ହୋଇଯାଇଛି। ବରପାଲି ସହ ସୋହେଲା ବ୍ଳକର ୨୫ଟି ଗ୍ରାମରେ ଅଭିଯାନର ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମ ମୁଖ୍ୟ ଉଦେଶ୍ୟ ଗର୍ଭବତୀ, ପ୍ରସୂତୀ ଏବଂ କିଶୋରୀ ବାଳିକା ମାନଙ୍କୁ ଉପଯୁକ୍ତ ପୋଷଣ ବିଷୟ ଉପରେ ସାମ୍ୟକ୍ ଧାରଣା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୋଷଣ ବଗିଚା ଉପରେ ୨୦ ଟି ଗ୍ରାମର ଲୋକ ମାନଙ୍କୁ ଚିହ୍ନଟ କରାଯିବା ସହିତ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା। ମମତା ସଂସ୍ଥା ଜେନେରାଲ ମ୍ୟାନେଜର ମି. ରୋହିତଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯାଇଥିଲା।

ଆଜିର ଦିନରେ ଆମେ କେମିତି ଭାବରେ ଜୈବିକ ଉପାୟରେ ପନିପରିବା ଜମି ରେ ଉତ୍ପାଦନ କରାଯିବା ଶୈଳି, ରାସାୟନିକ ସାରକୁ ବର୍ଜନ କରିବା, ରାସାୟନିକ ସାର ବ୍ୟବହୃତ ପନି ପରିବା ଖାଇଲେ ଆମ ଶରିର ଓ ସ୍ବାସ୍ଥ୍ୟର ଅବନତି ସମ୍ବନ୍ଧିତ ହୃଦ୍ଘାତ, ସୁଗର,ରକ୍ତଚାପ ରୋଗର ଉତ୍ପତି ଉପରେ ବୁଝାଇଥିଲେ। ରାସାୟନିକ ସାର ବ୍ୟବହାର ଉପରେ ଆଙ୍କୁଶ ଲଗାଇବା ସହ ଜୈବିକ ଖତକୁ ଗୁରୁତ୍ବ ଦେବାକୁ ପ୍ରବର୍ତ୍ତାଇଥିଲେ। ସେହିପରି ଜୈବିକ ଖତ ତିଆରି ସମ୍ପର୍କରେ ତାଲିମ ମଧ୍ୟ ଦିଆଯାଇଥିଲା।

ଏହି ଅବସରରେ ୨୦ ପ୍ରକାର ମଞ୍ଜି ଦିଆଯିବା ସହିତ ନିଜ ବାଡ଼ିରେ ଲଗାଇବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା। ସେହିପରି ତାଲିମ ଦେବା ଅବସରରେ ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ମଧ୍ୟ ଲୋକ ମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ମମତା ର ଜିଲ୍ଲା ସଂଯୋଜକ ଅଦିତି ଜାନାଙ୍କ ସହିତ ମମତାର ସମସ୍ତ ବିଏସ ଯଶୋବନ୍ତ ପୂଜାରୀ,ସୋମ୍ୟ ବାରିକ ଓ ଓଆରଡବ୍ଲୁ କ୍ଷୀରସିନ୍ଧୁ ଭୋଇ, କ୍ଷୀରୋଦ୍ରୀ ପଧାନ, ମହାଦେବ ଭୋଇ, ପ୍ରହଲ୍ଲାଦ ପାଣିଗ୍ରାହୀ, ଆଲୋକ ମେହେର, ମୁକେଶ ଚୌହାନ , ଘନଶ୍ୟାମ ଭୋଇ ଜୀବର୍ଦ୍ଧନ ସାହା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!