Saturday, March 7, 2026
Homeରାଜ୍ୟକେ.ଆର.ପି.ଉଚ୍ଚ ବିଦ୍ୟାଳୟ ବାଜେନମୁଣ୍ଡାରେ ହିନ୍ଦି ଦିବସ ସମାରୋହ।

କେ.ଆର.ପି.ଉଚ୍ଚ ବିଦ୍ୟାଳୟ ବାଜେନମୁଣ୍ଡାରେ ହିନ୍ଦି ଦିବସ ସମାରୋହ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ କେ.ଆର.ପି.ଉଚ୍ଚ ବିଦ୍ୟାଳୟ, ବାଜେନମୁଣ୍ଡା ପରିସର ମଧ୍ୟରେ ହିନ୍ଦୀ ବିଷୟକୁ ନେଇ ଏକ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଜାପତି ବାରିକ ଅଧ୍ୟକ୍ଷତା କରିଥିବାବେଳେ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମେହେର ସଭା ପରିଚାଳନା କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ସଦାଶିବ କର ଯୋଗଦେଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ମନରେ ହିନ୍ଦୀ ଭାଷା ପ୍ରଚାର ପ୍ରସାର, ହିନ୍ଦୀ ଦକ୍ଷତାର ବିକାଶ ଏବଂ କବିତା ମାଧ୍ୟମରେ ହିନ୍ଦୀ ବ୍ୟାକରଣ ର ପଠନ ସୁନ୍ଦର ଢଙ୍ଗରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ରୂପେ ସରକାରୀ ଗଙ୍ଗାଧର ଉଚ୍ଚ ବିଦ୍ୟାଳୟ ଦହିତା ର ହିନ୍ଦୀ ଶିକ୍ଷୟିତ୍ରି ଶ୍ରୀମତୀ ରେବତୀ ବିଶି ରାଷ୍ଟ୍ରୀୟ ଏକତା ରେ ରାଷ୍ଟ୍ର ଭାଷା ର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ।

ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବୁଦ୍ଧଦେବ ବଡଗୁଛିଆ,କଳା ଶିକ୍ଷକ ଚନ୍ଦ୍ରଶେଖର ବାରିକ,ନବୀନ ମେହେର, ଗଣିତ ଶିକ୍ଷକ ମୁକେଶ ବଗର୍ତ୍ତି,ସଂସ୍କୃତ ଶିକ୍ଷକ ପୂର୍ଣ୍ଣଚଦ୍ର ମେହେର,ଖେଳ ଶିକ୍ଷକ ଜ୍ଞାନଚାନ୍ଦ ଲୋହର ମଞ୍ଚାସିନ ହୋଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ଅତିଥି ମାନଙ୍କୁ ଉପଢକନ୍ ସହିତ ଶ୍ରୁତି ଚିହ୍ନ ରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା କରି ଖୁସି ପଟେଲ, ବର୍ଷା ମେହେର(୧୦ମ କକ୍ଷ), ବର୍ଷା ମେହେର (୯ମ କକ୍ଷ),ଦମୟନ୍ତୀ ମାଝୀ,ସୀମା କୁମ୍ଭାର,ସୀମା ସୁନା,ଶ୍ରାବଣୀ ଛତର,ପ୍ରିୟା ମେହେର,ବର୍ଷା ମଲ୍ଲିକ,ଭାରତୀ କୁମ୍ଭାର, ଗୀତା ସାହୁ ପ୍ରଭୁତି ବିଦ୍ୟାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା ।

୧୦୨୪-୨୫ ବାର୍ଷିକ ସାର୍ଟିପିକେଟ ପରୀକ୍ଷା ରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଧାବି ବିଦ୍ୟାର୍ଥୀ ପ୍ରଦୀପ ସାହା, ସନ୍ତୋଶିନୀ ବରିହା ଓ ଭାରତୀ କୁମ୍ଭାରଙ୍କୁ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ବର୍ଷା ମେହେର (X) ବର୍ଷା ମେହେର (IX) ଓ ପ୍ରିୟା ମେହେର ଦ୍ଵୀପ ପ୍ରଜ୍ଜ୍ୱଳନ ମନ୍ତ୍ର ଗୀତ ଉଚ୍ଚାରଣ କରିଥିବାବେଳେ ସୀମା କୁମ୍ଭାର,ପୁଜା ମଲ୍ଲିକ,ଗାୟତ୍ରୀ ନାୟକ ଓ ଲକ୍ଷ୍ମୀପ୍ରିୟା ବରିହା ସ୍ବାଗତ ଗୀତ ଗାଇଥିଲେ ।ବିଦ୍ୟାଳୟର ଛାତ୍ରୀ ସୀମା କୁମ୍ଭାର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ଛାତ୍ରୀ ଭାରତୀ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!