ବରପାଲି-ବରପାଲି ରେଲୱେ ଷ୍ଟେସନ ପ୍ରତି ବିଭାଗର ଉଦାଶିନ ମନୋଭାବକୁ ନେଇ ଯାତ୍ରୀ ଉପଭୋକ୍ତା ମାନଙ୍କୁ ବ୍ୟଥିତ କରୁଥିବା ଦେଖାଯାଉଛି। ଷ୍ଟେସନଟି ବହୁ ପୁରାତନ ହୋଇଥିଲେ ସୁଦ୍ଧା ସ୍ଥାନିୟ ବୁଦ୍ଧିଜିବୀ ଓ ବିଭିନ୍ନ ସଂଗଠନ,ସଂସ୍ଥା ମାନଙ୍କ ଦ୍ବାରା ଉପୁଜୁଥିବା ସମସ୍ଯା ଉପରେ ବାରାମ୍ବାର ଦାବୀ ହେଉଛି ଅଥଚ ଆଜି ପର୍ଯ୍ଯନ୍ତ ସେହିପରି ସଠିକ ମୂଳକ ସେବା ମନୋବୃତି ଦୃଷ୍ଟିଗୋଚରକୁ ଆସିପାରିଲାନାହିଁ। ବରପାଲି ଷ୍ଟେସନ ଆୟ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ବିଭାଗ ବିଗ୍ରେଟର ମାନ୍ୟତା ପ୍ରଦାନ କରିଥିବା ବେଳେ ଉନ୍ନତିକରଣ କାର୍ଯ୍ଯକ୍ରମ ବର୍ତ୍ତମାନ ଆଗେଇଚାଲିଛି। ପ୍ରତି ଦିନ ଯାତାୟତ ହେଉଥିବା ଦୃତଗାମୀ ଏକ୍ସପ୍ରେସ, ବିଶ୍ରାମଗୃହ,ସୌଚାଳୟ,କୋଚ ଚିହ୍ନଟ ବ୍ୟବସ୍ଥା, ବୟଷ୍କ ଏବଂ ଦିବ୍ଯାଙ୍ଗଙ୍କ ପାଇଁ ପ୍ରଯୁର୍ଯ୍ଯ ଲିପ୍ଟ ପ୍ରଭୁତି ପ୍ରକୃତ ଉପଯୋଗି ସେବା ମାନ ବଂଚୁତ ରହିଥିବା ଦୃଷ୍ଟିକୁ ଆସୁଛି।

ପ୍ରତିଦିନ ସୁବର୍ଣ୍ଣପୁର ଜିଲାର ରାମପୁର,ଡୁଙ୍ଗୁରିପାଲି ସହ ବରଗଡ ଜିଲ୍ଲାର ପଦ୍ମପୁର,ଗାଇସିଲେଟ ବିଜେପୁର,ଭେଡେନ ବ୍ଲକ ଅର୍ନ୍ତଗତ ବିଭିନ୍ନ ପଞ୍ଚାୟତ ବାସିନ୍ଦା ଭିନ୍ନଭିନ୍ନ କାର୍ଯ୍ଯରେ ଯାତାୟତ ପାଇଁ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି। ବରପାଲି ସହର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ସ୍ବଭାବ କବି ଗଙ୍ଗାଧରଙ୍କ ଜନ୍ମପିଠ ଏବଂ ପ୍ରସିଦ୍ଧ ପାଟ ମଠା ସହ ବାନ୍ଧଶିଳ୍ପକୁ ନେଇ ଦେଶ ବିଦେଶରେ ଖ୍ଯାତି ଅର୍ଜନ କରିଛି। ଅନେକ ସମୟରେ ବିଦେଶରୁ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ଯାତ୍ରୀ ମାନଙ୍କ ସହ ଗ୍ରାହକ,ବ୍ୟବସାୟୀ ତଥା ପର୍ଯ୍ଯଟକ ମାନଙ୍କ ଯାତାୟତ ହୋଇଥାଏ। କିନ୍ତୁ ପ୍ରତିଦିନ ଯିବାଆସିବା ହେଉଥିବା ଅନେକ ଟ୍ରେନର ରହଣି ହେଉନଥିବା ଯୋଗୁ ନାହିଁ ନ ଥିବା ଅସୁବିଧା ମାନ ସୃଷ୍ଟି ହୋଇ ସାଧାରଣଙ୍କୁ ବ୍ଯଥିତ କରୁଥିବା ଅଭିଯୋଗ ହେଉଛି ।

ବିଗତ ଦିନରେ ବହୁବାର ରେଳରୋକ ଆନ୍ଦୋଳନ ହେବା ସହ ବିଭାଗୀୟ ରାଜନେତା,ମନ୍ତ୍ରୀ,ସଂସଦ,ବିଧାୟକଙ୍କ ସହିତ ଅଧିକାରୀ ମାନଙ୍କୁ ଦାବି ମାନ ଜଣାଇ ଆଲୋଚନା କରାଯାଇଥିଲେ ମଧ୍ୟ ସୁଫଳ ମିଳି ପାରିଲାନାହିଁ।ବରପାଲି ବାଟଦେଇ ଯାଉଥିବା ଟ୍ରେନ ମାନଙ୍କ ମଧ୍ଯରେ ୧୨୮୩୫‐ ୧୨୮୩୬ ଯଶବନ୍ତପୁର- ହାଟିଆ, ଟ୍ରେନ ନମ୍ବର ୧୮୧୮୯-୧୮୧୯୦ ଟାଟା ଆର୍ଣ୍ଣାକୁଲମ, ଟ୍ରେନ ନମ୍ବର ୨୦୮୦୯-୨୦୮୧୦ ସମ୍ବଲପୁର ନାନ୍ଦେର, ୧୨୮୪୩ -୧୨୮୪୪ ପୁରୀ‐ ଅହମ୍ମଦାବାଦ ତଥା ସୋନପୁର ପୂରୀ ସାପ୍ତାହିକ ଓ ସମ୍ବଲପୁରରୁ ଭୁବନେଶ୍ବର ସକାଳୁ ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସକୁ ବଲାଙ୍ଗିର ପର୍ଯ୍ଯନ୍ତ ସର୍ମ୍ପସାରଣ ନିମନ୍ତେ ଉପଭୋକ୍ତା ମାନେ ଦାବି ଉଠାଇଛନ୍ତି। କିଛି ଦିନ ପୁର୍ବରୁ ବରପାଲି ବଣିକ ସଂଘର ସଭାପତି ଅଶୋକ କୁମାର ପଣ୍ଡା ଓ ସଂପାଦକ ଅଶୋକ କୁମାର ପାତ୍ରଙ୍କ ନେତୃତ୍ବରେ ସଭ୍ୟମାନେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହ ଆଲୋଚନା ମାଧ୍ଯମରେ ଏକ ଦାବିପତ୍ର ପ୍ରଦାନ ସହ ଦାବି ଉପସ୍ଥାପନ ସହ କାର୍ଯ୍ଯକାରିତା ନିମନ୍ତେ ଅନୁରୋଧ ଜଣାଇଥିଲେ।

ଗତ କିଛି ବର୍ଷ ପୁର୍ବରୁ ବରପାଲି ଷ୍ଟେସନକୁ ଆଦର୍ଶ ଷ୍ଟେସନ ଭାବରେ ଘୋଷଣା ହେବା ସହ ବିକାଶ ଏବଂ ସୋନ୍ଦର୍ଯ୍ୟକରଣ ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କାର୍ଯ୍ଯ ଆଗେଇଚାଲିଛି। ହେଲେ କାର୍ଯ୍ଯକ୍ରମରେ ସେବା ମୁଳକ ଅନେକଟି କମି ରହିଯାଇଥିବା ପରିଲକ୍ଷିତ ଜଣାପଡୁଛି। ସେହିପରି ବିଗତ ବହୁ ବର୍ଷ ହେଲା ଓଭରବ୍ରିଜ କାମ ଅଧପନ୍ତରିଆ ଭାବରେ କାର୍ଯ୍ଯ ଆଗୋଉଥିବା ବେଳେ ସମ୍ପୁର୍ଣ୍ଣ ହେବାର ନାଁ ଧରୁନାହିଁ। ଷ୍ଟେସନର ବିକାଶ ହେଉଥିବା ସତ ହେଲେ ପ୍ରକୃତ ସେବା ତଥା ଯାତାୟତ ହେଉଥିବା ମୁଖ୍ୟ ଟ୍ରେନ ଗୁଡିକ ନରହିଲେ ବ୍ଯବସ୍ଥା ସମ୍ପୁର୍ଣ୍ଣ ମୂଲ୍ୟହୀନ ବୋଲି ଆଲୋଚନା ହେଉଛି।



