ଗାଇସିଲେଟ-ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବୁରୋମୁଣ୍ଡାରେ ପ୍ରଧାନ ଶିକ୍ଷକ ଡ଼ ପ୍ରେମାନନ୍ଦ ବେହେରା, ଶ୍ରୀଯୁକ୍ତ ଦିବ୍ୟକିଶୋର ପଣ୍ଡା,ଶ୍ରୀଯୁକ୍ତ ଦଶମଣୀ ସାହୁଙ୍କ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜୁନ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ, ସମ୍ମାନିତ ଅତିଥି ଏବିଇଓ ଶ୍ରୀଯୁକ୍ତ ଧବଳେଶ୍ଵର ବରିହା, ସମିତି ସଭ୍ୟ ଶ୍ରୀଯୁକ୍ତ ସରୋଜ ଶ୍ରୀଭୂଷଣ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ଆଶୁତୋଷ ସାହୁ, ନିମନ୍ତ୍ରିତ ଅତିଥିଭାବେ ସତ୍ୟସେବା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ବନିଆଁ, ଜମରତଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ, ନେତାଜୀ ଉଚ୍ଚ ବିଦ୍ୟାଳୟ କନ୍ଧୁମୁଣ୍ଡାର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ହୋତା, ପଲ୍ଲୀ ପ୍ରଗତି ଉଚ୍ଚ ବିଦ୍ୟାଳୟ ବରିହାପୂଖାପାଣିର ଶିକ୍ଷକ ଅରକ୍ଷିତ ବାରିକ, ଫିରିଙ୍ଗିମାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହେମନ୍ତ କୁମାର ବାରିକ, କନ୍ଦାଗାଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଵିଷ୍ଣୁ ଭୋଇ ଯୋଗଦାନ କରିଥିଲେ ।

ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଦ୍ୟାଦାତା ଶ୍ରୀ ଗଣେଶ ଓ ବିଦ୍ୟାଦାତ୍ରୀ ମାଁ ସରସ୍ବତୀଙ୍କ ପୂଜା କରିଥିଲେ । ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ମାଝୀ ସଭା ପରିଚାଳନା କରିଥିଲେ ଓ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ରାମକୁମାର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ନିମନ୍ତ୍ରିତ ଅତିଥିମାନେ ଶ୍ରୀଯୁକ୍ତ ଦିବ୍ୟ କିଶୋର ପଣ୍ଡା, ଶ୍ରୀଯୁକ୍ତ ଦଶମଣି ସାହୁ,ଓ ବରିଷ୍ଠ ପ୍ରଧାନ ଶିକ୍ଷକ ଡା. ପ୍ରେମାନନ୍ଦ ବେହେରାଙ୍କ ବଦଳି ପରିପ୍ରେକ୍ଷୀରେ ସ୍ମୃତିଚାରଣ କରିଥିଲେ । ଶିକ୍ଷକ ସୁବଳ ଠାକୁର, ମୋହନ ପ୍ରଧାନ,ତିଳୋତ୍ତମ ବିଶି,ମନୋଜ କୁମାର ପାଢ଼ୀ,ରଜତ କୁମାର ଚୌହାନ,ପ୍ରଫୁଲ୍ଲ କୁମାର ସାଗର, ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ,ମାମୀ ପ୍ରଧାନ,ନିହାରୀକା ଯୋଷୀ, ମୋନାଲିସା ଠାକୁର ପ୍ରମୁଖ କାବ୍ୟ-କବିତା ମାଧ୍ୟମରେ ଡ. ବେହେରାଙ୍କ ଯଶ-କୀର୍ତ୍ତି ଗାନ କଲେ। ସମ୍ବର୍ଦ୍ଧିତ ଶିକ୍ଷକମାନଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ପ୍ରଦାନ କରାଯାଇଥିଲା। ବିଦାୟୀ ପ୍ରଧାନ ଶିକ୍ଷକ ଡ଼ ପ୍ରେମାନନ୍ଦ ବେହେରାଙ୍କୁ ଏକ କୋହଭରା ପରିବେଶରେ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ-ସଦସ୍ୟା, ୟୁଥ କ୍ଲବ ଓ ଗ୍ରାମବାସୀତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।



