Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିନୃସିଂହନାଥ ଠାରେ ରାଜବୋଡାସମ୍ବର ଭୂଲିଆ ସମାଜର ନୂତନ ଧର୍ମଶାଳା ଉଦଘାଟିତ ।

ନୃସିଂହନାଥ ଠାରେ ରାଜବୋଡାସମ୍ବର ଭୂଲିଆ ସମାଜର ନୂତନ ଧର୍ମଶାଳା ଉଦଘାଟିତ ।

ପଦ୍ମପୁର-ରାଜବୋଡାସମ୍ବର ମେହେର (ଭୂଲିଆ) ସମାଜର ନୂତନ କମିଟି ପକ୍ଷରୁ ନୃସିଂହନାଥ ପୀଠ ଠାରେ ନବ ନିର୍ମିତ ହୋଇଥିବା ଧର୍ମଶାଳା ର ଉଦଘାଟିତ ହୋଇଯାଇଛି | ସକାଳ ୯ଘ. ରୁ ନୂତନ ଧର୍ମଶାଳା ରୁ ନୃସିଂହନାଥ ଚାଳଧାର ଝରଣା କୁ ସଂକୀର୍ତ୍ତନ ର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା |ନୂତନ କମିଟି ସଭାପତି ଶ୍ରୀଯୁକ୍ତ କେତନ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରୀମତୀ ଜୟଶ୍ରୀ ମେହେର ସଭାକାର୍ଯ୍ୟ ପରିଚାଳନା କରିଥିବାବେଲେ ନିଖିଲ ଓଡିଶା ମେହେର ଭୂଲିଆ ସମାଜର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ଧର୍ମଶାଳାର ଉଦଘାଟନ କରିଛନ୍ତି | ସେହିପରି ସମ୍ମାନୀତ ଅତିଥି ଭାବରେ ବେଳପଡା ଭୂଲିଆ ସମାଜ ସଭାପତି ଚୂଡାମଣି ମେହେର, ସମାଜସେବୀ ଶ୍ରୀବତ୍ସ ମେହେର ପ୍ରମୁଖ ଉପସ୍ଥିତଥିଲେ |

ବୋଡାସମ୍ବର ଅଞ୍ଚଳର ବିଭିନ୍ନ ଜୋନ ରୁ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ | ମାଁ ସମଲେଶ୍ବରୀ,ସ୍ବଭାବ କବି ଗଙ୍ଗାଧର ମେହେର ଓ ବାବା ନୃସିଂହନାଥ ଙ୍କର ପ୍ରତିଛବି ରେ ପୁଷ୍ଷମାଲ୍ୟ ଦେଇ ପୂଜାର୍ଚ୍ଚନା କରାଯାଇଥିଲା | ସଂପାଦକ ପ୍ରସନ୍ନ କୁମାର ମେହେର ବିବରଣୀ ପଠନ ଓ ଉଦେଶ୍ୟ ଜ୍ଞାପନ କରିଥିଲେ | ସଭାପତି କେତନ କୁମାର ମେହେର ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ | ସମାଜର ବରିଷ୍ଟ କାର୍ଯ୍ୟକର୍ତ୍ତା ଓ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା | ଭୂଲିଆ ସମାଜ ଝିଅମାନେ – ଶୀଖା,ବର୍ଷା ଓ ପ୍ରୀୟା ପ୍ରମୁଖ ସ୍ବାଗତ ସଂଙ୍ଗୀତ ପରିବେଷଣ କରିଥିଲେ | ପରିଶେଷରେ ଶ୍ରୀଯୁକ୍ତ ଗୋରୀଶଙ୍କର ମେହେର ଧନ୍ୟବାଦ ଅର୍ପଣ କରିଥିଲେ |

error: Content is protected !!