Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିରାବଣ ପୋଡି ସହ ଜଗଦଳପୁର ଦୁର୍ଗାପୂଜା ସମାପ୍ତି l

ରାବଣ ପୋଡି ସହ ଜଗଦଳପୁର ଦୁର୍ଗାପୂଜା ସମାପ୍ତି l

ପଦ୍ମପୁର-ଦୀର୍ଘ ବର୍ଷ ଧରି ଚାଲୁଥିବା ଜଗଦଳପୁର ଦୁର୍ଗା ପୂଜା ମହା ଆଡମ୍ବର ସହିତ ସମାପନ ହୋଇଛି । ଦୀର୍ଘ ଛଅ ଦିନ ଧରି ଚାଲିଥିବା ଦୁର୍ଗା ପୂଜାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚାନ୍ଦମାରି, ଜ୍ଞାନ ଭାରତୀ ଗୁରୁକୁଳର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରାମ ସୀତା ବେଶରେ ନଗର ପରିକ୍ରମା ଓ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅଷ୍ଟମୀ ଓ ନବମୀ ରାତ୍ରିରେ ବୂମ ଡାନ୍ସ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ଦ୍ୱିତୀୟ ଥର କରି ଅନୁଷ୍ଠିତ ଚନ୍ଦମାରିରେ ବଡ଼ମହୁଳପାଳିର ଇନ୍ଦ୍ରଜିତ ସିଂ ସଫଳ ହୋଇଥିଲେ, ମା ବୀଣାପାଣି ସମ୍ପର୍ଦା ଧୌରଭଟା ଦଳ ନଗର ପରିକ୍ରମା କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମ ଦୁର୍ଗାପୂଜା କମିଟିର ସଭାପତି ମଦନ ମୋହନ ପଟେଲ, ସମ୍ପାଦକ ହରେକୃଷ୍ଣ ପଟେଲ, ସହସମ୍ପାଦକ ଶଙ୍କର ସିଂ,ଆମୋଦ ପଟେଲ, କୃଷ୍ଣ ସାହୁ ଓ ଜ୍ଞାନଭାରତୀ ଗୁରୁକୁଳର ପ୍ରଧାନ ଶିକ୍ଷକ ସାଧୁ ଚରଣ ବରିହାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରଦୀପ ପଟେଲ, ଉମାକାନ୍ତ ବାଗ,ଭବାନୀ,ବନମାଳୀ ପଟେଲ,କୃଷ୍ଣ ପଟେଲ,ଦୁଃଖନାଶନ ନାୟକ ଅନିଲ ପଟେଲ, ଦୈତାରୀ, ଗୁରୁମା ଭାରତୀ ସରାଫ, ତରଣୀ, ପ୍ୟାରୀ, ଅମୁଲ୍ୟ ପ୍ରମୁଖ ସାହାଯ୍ୟ କରିଥିଲେ ।

error: Content is protected !!