Saturday, March 7, 2026
Homeଅଘଟଣକେନ୍ଦୁମାଲ ଗ୍ରାମର ଯୁବ ସମାଜସେବୀ ଧନଞ୍ଜୟ ସାହୁଙ୍କ ପରଲୋକ।

କେନ୍ଦୁମାଲ ଗ୍ରାମର ଯୁବ ସମାଜସେବୀ ଧନଞ୍ଜୟ ସାହୁଙ୍କ ପରଲୋକ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ କଟାବାହାଲ ଗ୍ରାମପଞ୍ଚାୟତ କେନ୍ଦୁମାଲ ଗ୍ରାମର ଯୁବ ସମାଜସେବୀ ଧନଞ୍ଜୟ ସାହୁ ୩୭ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି I ସେ ୩ ବର୍ଷ ହେବ କିଡନୀ ରୋଗରେ ପୀଡ଼ିତ ଥିବା ବେଳେ ହଠାତ୍ ଦୁର୍ବଳ ଅନୁଭବ କରିବାରୁ ଗତ ୧୬ ତାରିଖ ମଙ୍ଗଳବାର ଦିନ ବରଗଡ଼ ବିକାଶ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।ଚିକତ୍ସିତ ଅବସ୍ଥାରେ ଆଜି ସକାଳ ୬ ଟା ୩୦ ସମୟରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରେ ତାଙ୍କ ମର ଶରୀରକୁ ନିଜ ଭିଟାମାଟି କେନ୍ଦୁମାଲ ଗ୍ରାମକୁ ଅଣାଯାଇଥିଲା । ସ୍ଵର୍ଗତ ସାହୁ ଜଣେ ପରୋପକାରୀ, ମିଷ୍ଟଭାଷୀ,ସମାଜସେବୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ I

ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ ଗଣେଶ୍ୱର,ଝିଅ ଭାରତୀ,ବାପା ଶିଶୁପାଲ,ମା ମେନକା,ଶଶୁର ଶ୍ୟାମ,ଶାଶୁ ଭୂମି, ଶଳା ଖଗେଶ୍ବର ସମେତ ଅନେକ ବନ୍ଧୁ ବାନ୍ଧବ ଓ ସାହୁ ପରିବାର ବର୍ଗ ଉପସ୍ଥିତ ଥିଲେ I ତାଙ୍କ ମୃତ୍ୟୁ ଖବର ଶୁଣି ଆଖ ପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ଧନଞ୍ଜୟଙ୍କ ଶେଷ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ I ତାଙ୍କ ମର ଶରୀରକୁ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିଲା I ପୁଅ ଗଣେଶ୍ୱର ମୁଖାଗ୍ନି ଦେଇଥିଲେ I

error: Content is protected !!