Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜଗତଜନନୀ ମାଁ ଦୁର୍ଗାଙ୍କ ଦର୍ଶନ କଲେ ପଦ୍ମପୁର ବିଧାୟିକା ।

ଜଗତଜନନୀ ମାଁ ଦୁର୍ଗାଙ୍କ ଦର୍ଶନ କଲେ ପଦ୍ମପୁର ବିଧାୟିକା ।

ପାଇକମାଳ-ପାଇକମାଳ ବ୍ଳକ ମାଣ୍ଡୋସିଲରେ ହେଉଥିବା ୭୪ ତମ ସାର୍ବଜନୀକ ଦୁର୍ଗାପୂଜା ନବମୀ ଦିନେରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଜଗତ ଜନନୀ ମାଁ ଦୁର୍ଗାଙ୍କ ଦର୍ଶନ କରିଥିଲେ । ପୂଜା କମିଟି,ଉପଦେଷ୍ଟା, ସଦସ୍ୟ ତଥା ଗ୍ରାମବାସୀମାନେ ସ୍ବାଗତ ଜଣାଇ ପୂଜା ମଣ୍ଡପକୁ ପାଛୋଟି ନେଇଥିଲେ। ପଣ୍ଡିତ ସୁବଳ ପଣ୍ଡା ମାଁ ଠାରେ ପୂଜାର୍ଚ୍ଚନା କରି ଆଶିର୍ବାଦ ପ୍ରଦାନ କରିଥିଲେ। ସେହିପରି ସାର୍ବଜନୀନ ଦୁର୍ଗାପୂଜା ମାଣ୍ଡୋସିଲ କାଦୋଘୁଚା ହେଉଥିବା ଦୁର୍ଗାପୂଜାରେ ଯୋଗଦେଇ ମାଁ ଙ୍କ ଦର୍ଶନ କରିଥିଲେ। ଏନେଇ କମିଟି ପକ୍ଷରୁ ଭବ୍ୟ ସ୍ବାଗତ କରିଥିଲେ ।

error: Content is protected !!