ଗାଇସିଲେଟ-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମର ଚନ୍ଦ୍ର ମୁଟକିଆ ନିଜ ବିଲରେ ଛେଳି ଚରାଉଥିବା ସମୟରେ ବଜ୍ରପାତ ଘଟି ୩ଟି ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟେ ଛେଳି ଗୁରୁତର ହୋଇଥିବା ଜଣାଯାଇଛି । ଆଜି ଚନ୍ଦ୍ର ମୁଟକିଆଙ୍କ ସାନ ଭାଇ ଦେବରାଜ ମୁଟକିଆ ଛେଳି ଚରାଇବାକୁ ନେଇ ଥିଲେ। ଅପରାହ୍ନ ସମୟରେ ଜୋର ବର୍ଷା ସହ ବଜ୍ରପାତ ହେବାରୁ ୩ ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା । ତେବେ ସୌଭାଗ୍ୟ ବଶତଃ ଛେଳି ଜଗୁଆଳି ସୁରକ୍ଷିତ ଥିବା ବେଳେ ।

ଆହତ ହେଇ ଥିବା ଗୋଟିଏ ଛେଳି କୁ ପ୍ରାଣୀ ଚିକିତ୍ସକ ପହଞ୍ଚି ଚିକିତ୍ସା କରିଥିଲେ । ତେବେ ଦୀର୍ଘ ଦିନରୁ ଚନ୍ଦ୍ର ମୁଟକିଆ ଛେଳି ପାଳନ କରି ପରିବାର ପରିପୋଷଣ କରୁଛନ୍ତି । ମୃତ ହୋଇଥିବା ୩ ଟି ଛେଳିର ଆନୁମାନିକ ମୂଲ୍ୟ ତିରିଶ ହଜାର ରୁ ଉର୍ଦ୍ଧ ହେବ । ତେବେ ଜଣେ ଗରିବ ପରିବାର ପାଇଁ ଏହା ବହୁତ୍ କଷ୍ଟକର ହୋଇପଡିଛି ତେଣୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।



