ପଦ୍ମପୁର-ପଦ୍ମପୁର ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଆଞ୍ଚଳିକ ରାଜପୁତ କ୍ଷତ୍ରୀୟ ସମାଜ ର ସଭାପତି ବିପିନ ବିହାରୀ ଠାକୁର ଅଧ୍ୟକ୍ଷତା ରେ ଉକ୍ତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଥିଲା l ଆଗଲପୁର୍ କଲେଜ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ ସିଂହ ଦେଓ ମୁଖ୍ୟ ଅତିଥି ଭାବ ରେ ଯୋଗ ଦେଇଥିଲେ ସମ୍ମାନିତ ଅତିଥି ଭାବରେ ପଦ୍ମପୁର ବନଖଣ୍ଡ ଅଧିକାରୀ ରଣଜିତ ସିଂ ବାବୁ ଓ ବିଦ୍ୟାଧର ସିଂ ଦେଓ ଓ ସୁନ୍ଦରଗଡ଼ ରାଜପୁତ ସମାଜ ର ସଭାପତି ରାଜୁ ସିଂହ ଯୋଗ ଦେଇଥିଲେ l

ରାଜପୁତ ସମାଜ କୁ ଏକତ୍ରୀତ ହୋଇ ଆଗାମୀ ଦୀନର ଭବିଷ୍ଯତ ଯୁବପିଢି କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ଉଦବୋଧନ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମପୁର ରାଜପୁତ କ୍ଷତ୍ରୀୟ ସମାଜର ବୟୋଜେଷ୍ଠ ଯଶୋବନ୍ତ ନାରାୟଣ ସିଂହ ରାଜପୁତ ସମାଜ ର ଐତିହକୁ ଆଲୋକପାତ କରିଥିଲେ l ସମ୍ପାଦକ ହରିଶଙ୍କର ସିଂହ ମଞ୍ଚ ପରିଚାଳନା କରିଥିବା ବେଲେ, ସନ୍ତୋଷ ସିଂହ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ବାଲାଙ୍ଗୀର, ସୁବର୍ଣ୍ଣପୁର , ବରଗଡ, ସୁନ୍ଦରଗଡ, ର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ l ଏବଂ ଆନନ୍ଦ ସିଂହ, ଦିଲ୍ଲୀପ ସିଂହ , ଭୂପେଶ ସିଂହ , ବୁଲୁ ଠାକୁର , ରୁପେଶ ସିଂହ , ସଂଜୀବ ଠାକୁର ସହଯୋଗ କରିଥିଲେ l



