Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସ୍କନ୍ଧମାତା ବେଶରେ ଧରାପୃଷ୍ଟ ଅବତରଣ କଲେ ମାଁ ଦୁର୍ଗା ।

ସ୍କନ୍ଧମାତା ବେଶରେ ଧରାପୃଷ୍ଟ ଅବତରଣ କଲେ ମାଁ ଦୁର୍ଗା ।

ପଦ୍ମପୁର-ପଦ୍ମପୁର ବଡ଼ବନ୍ଧ ନିକଟସ୍ଥ ବନଦୁର୍ଗା ମନ୍ଦିର ଠାରେ ଶୁକ୍ରବାର ସକାଳ ୮ ଘଣ୍ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ , ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା,ପଣ୍ଡିତ ଗିରିଶ ଚନ୍ଦ୍ର ହୋତା,ପଣ୍ଡିତ ଅଶୋକ କୁମାର ପଣ୍ଡା,ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦଙ୍କ ମନ୍ତ୍ର ଉଚ୍ଚାରଣରେ ନବରାତ୍ରର ପଞ୍ଚମ ଦିନରେ ଦେବୀ ଦୁର୍ଗା ସ୍କନ୍ଧମାତା ବେଶରେ ଧରାପୃଷ୍ଠରେ ଅବତରଣ କରି ପୂଜା ପାଉଛନ୍ତି । ସର୍ବପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଆବାହନ କରି ପୂଜାର୍ଚ୍ଚନା କରି ବନଦୁର୍ଗା ମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ପୂଜା କରିଥିଲେ । ଅରୁଣ କୁମାର ଦାନି ଓ ତାଙ୍କ ସହଧର୍ମିଣୀ ରୁପାରାଣୀ ସାହୁ ପ୍ରତ୍ୟେକ ଦିନର କର୍ତ୍ତା ଦାୟିତ୍ୱ ବହନ କରୁଛନ୍ତି । ଆଜି ଦେବୀ ଦୁର୍ଗା ପଞ୍ଚମ ଦିନରେ ସ୍କନ୍ଧମାତା ବେଶରେ ଭକ୍ତ ବତ୍ସଲଙ୍କୁ ଦର୍ଶନ ଦେଉଛନ୍ତି ।

ଦେବୀ ସ୍କନ୍ଧମାତା ସିଂହ ଉପରେ ବିରାଜମାନ କରିଥାନ୍ତି ଏବଂ ତାଙ୍କର ଚାରି ଗୋଟି ହାତ ଥାଏ ।ତାଙ୍କର ଦୁଇଟି ହାତରେ ଦୁଇଟି ପଦ୍ମଫୁଲ ଧରିଥାନ୍ତି ।ତାଙ୍କର ଗୋଟିଏ ହାତରେ ସେ ଶିଶୁ କାର୍ତ୍ତିକେୟଙ୍କୁ କୋଳରେ ଧରିଥାନ୍ତି । ତାଙ୍କର ଅନ୍ୟ ଏକ ହାତ ଅଭୟ ମୁଦ୍ରା ରେ ଥାଏ । ଯାହା ଭକ୍ତମାନଙ୍କୁ ଭୟ ରୁ ମୁକ୍ତି ଦିଏ ।ସେ ଶୁଭ୍ର ବର୍ଣର ହୋଇଥାନ୍ତି ଏବଂ ପ୍ରାୟତଃ ପଦ୍ମଫୁଲ ଉପରେ ବସିଥିବାର ଦେଖାଯାଏ , ଯେଉଁଥି ପାଇଁ ତାଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ । ନବରାତ୍ରିର ପଞ୍ଚମ ଦିନରେ ସ୍କନ୍ଧମାତାଙ୍କୁ ପୂଜା କରିବା ସମସ୍ତ ଇଚ୍ଛା ପୂରଣ ହୁଏ । ଭକ୍ତମାନେ ସଂସାରର ସମସ୍ତ ଦୁଃଖ ଓ କଷ୍ଟ ରୁ ମୁକ୍ତି ପାଇଥାନ୍ତି,ସ୍କନ୍ଧମାତାଙ୍କୁ ପୂଜା କଲେ ଶିଶୁ କାର୍ତ୍ତିକେୟଙ୍କର ମଧ୍ୟ ପୂଜା ହୋଇଥାଏ,ଯାହା ମାତା ଓ ପୁତ୍ର ଉଭୟଙ୍କ କୃପା ପ୍ରାପ୍ତ ହୁଏ ।

ସେ ସୂର୍ଯ୍ୟମଣ୍ଡଳ ର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ତାଙ୍କୁ ପୂଜା କରୁଥିବା ଭକ୍ତ ମାନେ ଏକ ବିଶେଷ ତେଜ ଓ କାନ୍ତି ପ୍ରାପ୍ତ କରନ୍ତି । ଏହି ପୂଜା କରିବା ଦ୍ୱାରା ମୋକ୍ଷର ପଥ ସହଜ ହୋଇଥାଏ । ସ୍କନ୍ଧମାତାଙ୍କୁ ପୂଜା କରୁଥିବା ଭକ୍ତମାନେ ଏକାଗ୍ରତା ସହକାରେ ପୂଜା କରନ୍ତି ଏବଂ ସମସ୍ତ ସାମାଜିକ ବନ୍ଧନରୁ ମୁକ୍ତ ହେବାପାଇଁ ପ୍ରାର୍ଥନା କରନ୍ତି । ସକାଳ ଘ.୭.୦ ଟା ରେ ପୂଜା,ବାଳଭୋଗ ଆଳତୀ ସହିତ ୭୦.୦ ଟଙ୍କା ବିନିମୟରେ ଭକ୍ତଙ୍କ ପାଇଁ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଘଣ୍ଟା ସମୟରେ ମିଷ୍ଟାନ୍ନ ଭୋଗ,୭ ଘଣ୍ଟା ୩୦ ମିନିଟ ରେ ମଙ୍ଗଳ ଆଳତୀ,୨୯.୦୯.୨୦୨୫ ଚଣ୍ଡୀ ହୋମ,ଫଳମୂଳ ଭୋଗ

ଓ ସନ୍ଧ୍ୟା ୭ ଘଣ୍ଟା ରେ ୧୦୮ ଦୀପ ପ୍ରଜ୍ବଳନ, ତା.୩୦.୦୯.୨୦୨୫ ଅଷ୍ଟମୀ ହୋମ,୦୧.୧୦.୨୦୨୫ କୁମାରୀ ପୂଜା,ଶକ୍ତି ହୋମ ଏବଂ ୦୨.୧୦.୨୦୨୫ ବିଜୟା ଦଶମୀ ଦିନ ଅପରାଜିତା ପୂଜା,ହୋମ, ସକାଳ ଘ.୧୦.୧୦ ମିନିଟ ରେ ପୂର୍ଣାହୁତୀ ଓ ଘଟ ବିସର୍ଜନ ର ସୂଚନା କମିଟି ସୂତ୍ର ରୁ ପ୍ରାପ୍ତ ହୋଇଛି । ବନଦୁର୍ଗା ମନ୍ଦିର ର ସଭାପତି ଡ଼.ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ,କୋଷାଧକ୍ଷ୍ୟ ଅନିଲ କୁମାର ବେହେରା ଙ୍କ ତତ୍ୱାଧାନ ରେ ଗଜିଆ ଶର୍ମା,ପ୍ରତାପ ମିଶ୍ର,ଗଜୁ ଅଗ୍ରୱାଲ,ଅଜିତ ସତପଥୀ, ସୁଶାନ୍ତ ପଧାନ,ବିଷ୍ଣୁ ଥପା ଓ ଉମେଶ ସାହୁଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଚଲି ଆସୁଛନ୍ତି ।

error: Content is protected !!