ଗାଇସିଲେଟ-ୟୁଥ କ୍ଲବ ଗାଇସିଲେଟ ଏବଂ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁରର ମିଳିତ ଉଦ୍ୟମରେ ଗାଇସିଲେଟ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେରେ ମୋଟ ୮୦ ଜଣ ନିଜର ଚକ୍ଷୁ ପରୀକ୍ଷା ତଥା ସୁଗର ପରୀକ୍ଷା ଏବଂ ମାଗଣା ଚାଳିଶିଆ ଚଷୀମା ନେଇଥିଲେ ଓ ୨୩ ଜଣଙ୍କୁ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସମ୍ବଲପୁର ପଠାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୟୁଥ କ୍ଲବ ସଭାପତି ରଞ୍ଜନ କୁମାର ପଣ୍ଡା, ସରପଞ୍ଚ ଶରତ କାଲୋ, ସୁରେଶ ପାଣିଗ୍ରାହୀ, ବିକ୍ରମ ପୁରୋହିତ, ସୋନୁ ପଣ୍ଡା, ଅମରେଶ ପୁରୋହିତ, ସମୀର ସାହୁ, ଗଣେଶ ପଣ୍ଡା,ତ୍ରିଲୋଚନ ନେତ୍ରାଳୟରୁ ସୁମନ୍ତ ଭୋଇ ଏବଂ ତାଙ୍କ ଡାକ୍ତରୀ ଦଳ ସାମିଲ ଥିଲେ l



