ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ୫୬ ତମ ଜାତୀୟ ସେବା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ତାଳପାଲି CHC ର ଡକ୍ଟର ଅମିତ ଦାଶ ଯୋଗ ଦେଇଥିଲେ । ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ସ୍ଵାଗତ ଭାଷଣ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ଜାତୀୟ ସେବା ଯୋଜନାର ସଙ୍ଗୀତ ଗାନ କରିଥିଲେ ।

ମଞ୍ଚାସୀନ ଅତିଥି ମାନେ ଦିବସ ର ମହତ୍ଵ ବିଷୟରେ ଆଲୋଚନା ରଖି ମହାତ୍ମା ଗାନ୍ଧୀଙ୍କ ସେବା ଦ୍ଵାରା ଅନୁପ୍ରାଣିତ ହୋଇ ଜାତୀୟ ସେବା ଯୋଜନାର ଆରମ୍ଭ ଓ କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋଚନା ରଖିଥିଲେ । ସଭାପତି ଡ଼ ତ୍ରିପାଠୀ ସମାଜସେବା ରେ ଛାତ୍ରଛାତ୍ରୀ ମାନଙ୍କୁ ବ୍ରତି ରହି ନିଜର ବ୍ୟକ୍ତିତ୍ଵ ର ବିକାଶ ସାଧନ ପାଇଁ ଉଦବୋଧନ ରଖିଥିଲେ । ମୁଖ୍ୟ ଅତିଥି ଡକ୍ଟର ଅମିତ ଦାଶ ପିଲାମାନଙ୍କୁ “ନିଶା ନିବାରଣ” ଶୀର୍ଷକ ଉପରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ବିଶ୍ଵନାଥ ସାହୁ , ଅଧ୍ୟାପିକା ଡ. ବୀଣାପାଣି ତାଣ୍ଡି, ନମିତା ସାହୁ ସହଯୋଗ କରିଥିଲେ ।ଶେଷରେ ଅଧ୍ୟାପିକା ପ୍ରତୀକ୍ଷା ଡନସନା ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇଥିଲା ।



