ବରପାଲି-ବରପାଲି ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଜାତୀୟ ସେବା ଯୋଜନା ଏବଂ ବରପାଲି ଥାନାର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ “ଏକ ପେଡ ମା କେ ନାମ” ନାରା ଦେଇ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା।ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ତଥା ସ୍ବେଚ୍ଛାସେବୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ବିଭିନ୍ନ ଚାରା ମାନ ରୋପଣ କରାଯାଇଥିଲା l କାର୍ଯ୍ୟକ୍ରମରେ ବରପାଲି ଥାନା ପ୍ରଭାରୀ ଜୟାରଶ୍ମୀ ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।

ଆୟୋଜିତ ସଭାରେ ଅଧ୍ୟକ୍ଷା ଜୟନ୍ତୀ ଦାଶ ସଭାପତିତ୍ବ କରିଥିବା ବେଳେ ପ୍ରାଶାସନିକ ଅଧିକାରୀ ପ୍ରଧ୍ୟାପକ ସୁଶୀଲ କୁମାର ଶତପଥୀ, ଜାତୀୟ ସେବା ଯୋଜନାର ଆବାହକ ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନ ଏବଂ ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ଅଲେଖ ମହାନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣର ଉପାଦେୟତା ସଂପର୍କରେ ବାର୍ତ୍ତା ମାନ ପ୍ରଦାନ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଗାଁ ପରିସରରେ ବୃକ୍ଷରୋପଣ କରିବାକୁ ପ୍ରବର୍ତ୍ତାଇବା ସହ ବିଭିନ୍ନ ଜାତିୟ ଚାରା ମାନ ପ୍ରଦାନ କରାଯାଇଥିଲା ।



