Saturday, March 7, 2026
Homeରାଜ୍ୟଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ “*ମା ଙ୍କ ନାମରେ ଗଛଟିଏ “*କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବନପାଳ ଶ୍ରୀମତୀ ପଦ୍ମିନୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ୧୩ ଯୋଡ଼ା ମାତାପିତାଙ୍କ କରକମଳରେ ବୃକ୍ଷ ରୋପଣ ହୋଇଥିଲା।ସ୍ଥାନ ଅଭାବ ଯୋଗୁଁ ଛାତ୍ର ଛାତ୍ରୀ ମାନେ ନିଜ ନିଜ ସୁବିଧା ଯାଗାରେ ବୃକ୍ଷ ରୋପଣ କରିବେ ବୋଲି ଚାରା ବଣ୍ଟନ କରାଗଲା। ସମବେତ ଅଭିଭାବକ ଅଭିଭାବିକା, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ର ଉଦ୍ଦେଶ୍ୟରେ ରେ ପ୍ରଧାନ ଶିକ୍ଷକ ମତ ରଖିଥିଲେ।ମଞ୍ଚ ପରିଚାଳନା ଓ ସ୍ଳୋଗାନ୍ ଦେଇଥିଲେ ଶିକ୍ଷକ କ୍ଷୀରୋଦ୍ର ନାଥ ସାହୁ ଓ କିଶୋର କୁମ୍ଭାର।

ଏଥି ସକାଶେ ଛାତ୍ର ଛାତ୍ରୀ ମାନଙ୍କ ଏକ ବକ୍ତୃତା ପ୍ରତିଯୋଗିତା ସୋନାଲିକା ଶବର, ପୂଜା ସାହୁ, ମନୀଷା ବେଶ୍ରା ଓ ତ୍ରିଲୋକେଶ ବରିହା,ଦୀପକ ସିଂ ବରିହା, ଅଞ୍ଜଳି ବେହେରା ଙ୍କ ବିଚାର ରେ କୃତିତ୍ୱ ଲାଭ କଲେ ନୂଆ ଦେଇ ମେହେର,ସୃତୀ ରଣା, ଶ୍ରଦ୍ଧାଞ୍ଜଳି ବଡମାଳୀ ଓ ଲିସା ସାହା,ଶିବାନୀ ମେହେର,ମନିଷା ସାହା। ଆଶ୍ରମ ନିକଟବର୍ତ୍ତୀ ପଡ଼ିଆରେ ମାଆବାପା ମାନେ ବୃକ୍ଷ ରୋପଣ କରି ଥିଲେ। କାର୍ଯ୍ୟକ୍ରମ ର ପ୍ରଚ୍ଛଦପଟ କର୍ମୀ ଭାବେ ପୂରନ୍ ବାଗଙ୍କ କାର୍ଯ୍ୟ ପ୍ରଶଂସନୀୟ ଥିଲା।ଶେଷରେ ଶିକ୍ଷକ କିଶୋର କୁମ୍ଭାର ବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!