Saturday, March 7, 2026
Homeଖେଳବରଗଡ଼ ଜିଲ୍ଲାସ୍ତରୀୟ ଚେସ୍, ଯୋଗ ଓ ବ୍ୟାଡମିଣ୍ଟନ୍ ଚମ୍ପିୟାନସିପ୍ ଉଦଯାପିତ ।

ବରଗଡ଼ ଜିଲ୍ଲାସ୍ତରୀୟ ଚେସ୍, ଯୋଗ ଓ ବ୍ୟାଡମିଣ୍ଟନ୍ ଚମ୍ପିୟାନସିପ୍ ଉଦଯାପିତ ।

ଗାଇସିଲାଟ-ଗାଇସିଲାଟ ବ୍ଲକ ଅନ୍ତର୍ଗତ ପଲ୍ଲୀପ୍ରଗତି ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟ ବରିହାପୁଖାପାଣି ଠାରେ ବ୍ଳକ ସ୍କୁଲ୍ ସ୍ପୋର୍ଟସ୍ ଆସୋସିଏସନ୍ ଓ ଜିଲ୍ଲା ସ୍କୁଲ ସ୍ପୋର୍ଟସ୍ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମଲାଲ ବରିହାଙ୍କ ସଭାପତିତ୍ବରେ ବରଗଡ଼ ଜିଲ୍ଲାସ୍ତରୀୟ ଦ୍ଵିଦିବସୀୟ ଚେସ୍, ଯୋଗ ଓ ବ୍ୟାଡମିଣ୍ଟନ୍ ଚମ୍ପିୟାନସିପ୍ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ଧିରୋଜ ପଟ୍ଟନାୟକ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଖେଳାଳିମାନଙ୍କୁ ଉଦବୋଧନ ଦେଇଥିଲେ। ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମୋହନ ରଣା ସ୍ବାଗତ ଭାଷଣ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଗାଇସିଲାଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଧବଳେଶ୍ବର ବରିହା, ଗାଇସିଲାଟ ବ୍ଲକର ସମସ୍ତ ସି.ଆର.ସି.ସି ଏବଂ ବ୍ଲକ କ୍ରୀଡା ସମ୍ପାଦକ ଶ୍ରୀଯୁକ୍ତ କଂଗ୍ରେସ ପଧାନ ମଞ୍ଚାସୀନ ଥିଲେ ।

ଜିଲ୍ଲାର ୧୨ଟି ବ୍ଲକରୁ ୧୮୭ ଜଣ ପ୍ରତିଯୋଗୀ ଓ ୪୫ ଜଣକ୍ରୀଡା ଶିକ୍ଷକ ମାନେ ଅଫିସିଆଲ୍ ଭାବରେ ଯୋଗଦେଇଥିଲେ । ଶିକ୍ଷକ ନବୀନ ସାହୁଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା । ଗତବର୍ଷ ଜାତୀୟ ଯୋଗ ଚମ୍ପିୟାନସିପରେ ଓଡିଶାରୁ ଯୋଗଦେଇଥିବା ଜଗଲପାଟ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରଞ୍ଜିତା ଭୁଏଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ବିଜୟୀମାନଙ୍କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଅଫିସିଏଲ ମାନଙ୍କୁ ମଧ୍ୟ ମଞ୍ଚରେ ସମ୍ମାନୀତ କରାଯାଇଥିଲା । ଜିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ, ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ, ସି. ଆର.ସି.ସି. ଏବଂ ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଶେଷରେ ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ଜ୍ୟୋତିଷ ଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!